ସଲମାନଙ୍କ ପର୍ଫମାନ୍ସ ସହିତ ଆରମ୍ଭ ହେବ ବିଗ ବସ ୧୨,ଦେଖନ୍ତୁ ଭିଡ଼ିଓ ।
ବିଗ ବସ ସିଜନ ୧୨ର ଲଂଚିଂ ପାଇଁ କିଛି ମୁହୂର୍ତ୍ତ ମାତ୍ର ବାକି ରହିଲା । ନିର୍ମାତା ଶୋ’ର ଭିଡ଼ିଓ ଟିଜର ଜାରି କରିବା ଆରମ୍ଭ କରି ସାରିଛନ୍ତି । ଶୋ’ର ଆଧିକାରୀକ ଆକାଉଂଟରୁ ଏକ ଭିଡ଼ିଓ ସେୟାର କରାଯାଇଛି,ଯେଉଁଥିରେ ହୋଷ୍ଟ ସଲମାନ ଖାନ ନିଜ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।
Swagat nahi karoge @BeingSalmanKhan ka? Catch the craziness and excitement unfold, tomorrow on @BiggBoss at 9PM. #BiggBoss12 pic.twitter.com/VaWzkb4BGm
— COLORS (@ColorsTV) September 15, 2018
ସଲମାନଙ୍କ ଡ୍ୟାନ୍ସ ପର୍ଫମାନ୍ସ ସହିତ ଦର୍ଶକଙ୍କୁ ବିଗ ବସ ଘର ଭିତରର କିଛି ନଜାରା ମଧ୍ୟ ଦେଖିବାକୁ ମିଳିଛି । ଏହା ପୂର୍ବରୁ କିଛି ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ଘର ଭିତରର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ତେବେ ଲଂଚିଙ୍ଗ ସମୟରେ ସଲମାନ କହିଛନ୍ତିଯେ ତାଙ୍କ ଜୀବନର ସବୁଠାରୁ ଲମ୍ବା ରିଲେସନସିପ ବିଗ ବସଙ୍କ ସହିତ ରହିଛି । ଏହି ସମୟରେ ସଲମାନଙ୍କ ସହିତ କଲର୍ସର ସିଇଓ ଅଭିଷେକ ମଧ୍ୟ ଉପସ୍ଥିତ ଥିଲେ ।