Only for Entertainment

ବଲିଉଡ କଳାକାର ମନୀଷ ପଲ କଲେ ନୂଆ ଟ୍ୟାଲେଂଟ ଉପରେ ଭରସା, ବାଦଶାହ କଲେ ପ୍ରଶଂସା !

youtube
0 73

ବଲିଉଡ ଫିଲ୍ମ ଜଗତରେ କ୍ରିଏଟିଭ ଲୋକଙ୍କର ଖଣି ଅଛି । ଏହି ଖଣିରେ ଅନେକ ହୀରା ମଧ୍ୟ ଅଛନ୍ତି । ଯଦି କୌଣସି ଜିନିଷର କମ ରହିଛି ତେବେ ହୀରା ଖୋଜିବାକୁ ବଣିଆର । ଆଜି ଏଭଳି ଖୁବ କମ କଳାକାର ଅଛନ୍ତି ଯିଏକି ବଲିଉଡ ଫିଲ୍ମ ଜଗତରେ ସଂଘର୍ଷ କରୁଥିବା ନୂଆ କଳାକାରଙ୍କୁ ନେଇ କାମ କରିବାକୁ ଚାହାନ୍ତି । ଏହାର କାରଣ ଆମ ସମସ୍ତଙ୍କୁ ଜଣା । ସମସ୍ତେ ସଫଳ ଫିଲ୍ମକାରଙ୍କ ସହ କାମ କରିବାକୁ ପସନ୍ଦ କରନ୍ତି , କାରଣ ସମସ୍ତେ ଚାହାନ୍ତି ନମ୍ବର୧ ହେବାକୁ ।

ମାତ୍ର ଏଭଳି କିଛି କଳାକାର ଅଛନ୍ତି ଯିଏକି ନୂଆ କଳାକାରଙ୍କ ଉପରେ ଭରସା କରୁଛନ୍ତି ଏବଂ ସେମାନଙ୍କୁ ଦର୍ଶକ ମାନଙ୍କୁ ସାମ୍ନାରେ କିଛି ନୂଆ ଦେଖାଇବା ପାଇଁ ଉତ୍ସାହ ଓ ସାହାସ ଦିଅନ୍ତି । ବଲିଉଡ କଳାକାର ମନିଷ ପଲ ଏହି ଭଳି ଜଣେ କଳାକାର ଅଟନ୍ତି ।

କିଛି ଦିନ ତଳେ ମନିଷ ପଲଙ୍କର ଏକ ସଟ ଫିଲ୍ମ ରିଲିଜ ହୋଇଛି, ଯାହାର ନାଁ ରହିଛି ବ୍ଲାକ ବ୍ରିଫକେସ । ଏହି ସଟ ଫିଲ୍ମରେ ମନିଷ ପଲ ଏକ ଏଭଳି ବ୍ୟକ୍ତିତ୍ୱର ଭୂମିକା ତୁଲାଇଛନ୍ତି , ଯେ କି ନିଜ ମୁହଁରେ କିଛି କହୁନାହିଁ ମାତ୍ର ତା’ର କାହାଣୀ ସମସ୍ତଙ୍କୁ ଅନେକ କିଛି କହିଯାଏ ।
୧୮ଅଗଷ୍ଟରେ ରିଲିଜ ହୋଇଥିବା ଏହି ସର୍ଟ ଫିଲ୍ମ ହେବା ପରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫିଲ୍ମର ନିର୍ଦ୍ଦେଶକ ବଲିଉଡରେ ନିଜର ସ୍ଥାନ ପାଇବା ପ୍ରସ୍ତୁତ କରିଛନ୍ତି । ଯାହାଙ୍କ ନାଁ କାର୍ତ୍ତିକ ସିଂ । ଏହି ଫିଲ୍ମକୁ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ମଧ୍ୟ ପସନ୍ଦ ଆସିଛି । ବିଗ ବି ଟ୍ୱିଟର ଅକାଉଂଟରେ ଏକ ଟ୍ୱିଟ କରି ଲେଖିଛନ୍ତି ଯେ ମନୀଷ ପଲ ଦର୍ଶକଙ୍କୁ ହଠାତ ଏକ ବଡ ସରପ୍ରାଇଜ ଦେଇଛନ୍ତି ଏବଂ ତାଙ୍କ ଶୁଭକାମନା ଟିମକୁ ଜଣାଇଛନ୍ତି ।

ବିଗ ବିଙ୍କ ବ୍ୟତୀତ ଅନେକ ବଲିଉଡ କଳାକାର ମନୀଷ ପଲଙ୍କ ଏହି ଫିଲ୍ମକୁ ପ୍ରଶଂସା କରିଛନ୍ତି । ଆମକୁ ପୂରା ଆଶା ଅଛି ମନୀଷ ପଲ ଯେଉଁଭଳି କାର୍ତ୍ତିକ ସିଂ ଭଳି ନୁଆ ନିର୍ଦ୍ଦେଶକଙ୍କୁ ସୁଯୋଗ ଦେଇଛନ୍ତି , ଏହିଭଳି ଆହୁରି ଅନେକ ନିର୍ଦ୍ଦେଶକ ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More