Only for Entertainment

ପ୍ରେମିକାକୁ ପାଇବା ପାଇଁ ଚୋର ପାଲଟିଲେ ଯୁବକ, ଶଶୁର ଘର ପରିବର୍ତ୍ତେ ପହଁଚିଲେ ମାମୁଁ ଘର

ladysmithgazette
21

କୁହାଯାଏ ପ୍ରେମ ଏବଂ ଯୁଦ୍ଧରେ ସବୁ କିଛି ସମ୍ଭବ । ଏପରିକି ଏକ ଘଟଣା ଚେନ୍ନାଇରେ ଦେଖିବାକୁ ମିଳିଛି । ପ୍ରେମ ପାଇଁ ପ୍ରେମିକା ଜଣଙ୍କ ଏପରି କିଛି କରିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ହେଲେ ପ୍ରେମିକାଙ୍କ ବାପା ତାଙ୍କ ଆଗରେ ସର୍ତ୍ତ ରଖିଥିଲେ ଯେ, ଯଦି ସେ ଗୋଟିଏ ମାସରେ ୧୦ ଲକ୍ଷ ଟଙ୍କା ଦେବେ ତେବେ ସେ ଝିଅକୁ ବିବାହ ଦେବେ । ଏହି ଲକ୍ଷ୍ୟ ହାସଲ ପାଇ ପ୍ରେମିକ ଜଣକ ଚୋର ବନିଥିଲେ । ଆଉ ଏବେ ଶଶୁରଘର ଯିବା ବଦଳରେ ଯାଇଛନ୍ତି ମାମୁଁଘର ଅର୍ଥାତ ଜେଲ ।

ପୁଲିସର କହିବା ଅନୁସାରେ ୨୩ ବର୍ଷିୟ ପ୍ରେମିକ ଚେଲ୍ଲାଦୁରଇ ନିଜ ପ୍ରେମକୁ ପାଇବା ପାଇଁ ଶଶୁରଙ୍କ କଥାକୁ ମାନି ନେଇଥିଲେ । ତାଙ୍କ ଆଗରେ ଗୋଟିଏ ମାତ୍ର ବିକଳ୍ପ ଥିଲା ଚୋରି କରିବା । ସେ ନିଜର ଦୁଇ ବନ୍ଧୁ ମାଇକେଲ ଏବଂ ବିଗ୍ନେଶଙ୍କ ସହ ମିଶି ଏକ ଘରକୁ ଟାର୍ଗେଟ କରିଥିଲେ । ଉକ୍ତ ଘରୁ ସେମାନେ ଲକର ଭାଙ୍ଗିବାର ଚେଷ୍ଟା କରି ବିଫଳ ହେବା ପରେ ଏଲ୍‍ଇଡି ଟିଭି ଏବଂ ଘଣ୍ଟା ଚୋରି କରିଥିଲେ । ପରଦିନ ଘରର ମାଲିକ ପୁଲିସକୁ ଚୋରି ସୂଚନା ଦେଇଥିଲେ । ସିସି ଟିଭି ଫୁଟେଜକୁ ଆଧାର କରି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା । ଆଉ ଧରା ପଡ଼ିଥିଲା ପ୍ରେମିକ ଜଣକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More