କେଉଁ ଫିଲ୍ମ ପାଇଁ ଅମିତାଭଙ୍କ ଏହି ଲୁକ ? ହାଇଦ୍ରାବାଦରେ କରିଲେ ସୁଟିଂ
ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କର ସାରା ଦୁନିଆରେ ଅନେକ ପ୍ରଶଂସକ ଅଛନ୍ତି । ଭାରତ ହେଉ ବା ଭାରତ ବାହାରେ ନିଜ ଅଭିନୟ ଦକ୍ଷତା ପାଇଁ ସେ ସସ୍ତଙ୍କର ପ୍ରିୟ ହୋଇପାରିଛନ୍ତି । ଆଜି ବି ମଧ୍ୟ ସେ ବଲିଉଡରେ ନିଜର ଦବଦବା ବଜାୟ ରଖିଛନ୍ତି । ତେବେ ତାଙ୍କର ସାଉଥ ଇଣ୍ଡିଆନ ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର । କାରଣ ବିଗ୍ ବି ଖୁବ ଶୀଘ୍ର ସୁପରଷ୍ଟାର ଚିରଞ୍ଜିବୀଙ୍କ ସହିତ ଏକ ତେଲଗୁ ଫିଲ୍ମରେ ନଜର ଆସିବେ । ନିକଟରେ ଏହି ଫିଲ୍ମରେ ଅମିତାଭଙ୍କର ନୂଆ ଲୁକ ସାମ୍ନାକୁ ଆସିଛି ।
ଖବର ଅନୁସାରେ ନିକଟରେ ଅମିତାଭ ହାଇଦ୍ରାବାଦରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଏହି ଫିଲ୍ମର ନାମ ରହିଛି ‘ସଇ ରା ନରସିହ୍ମା ରେଡ୍ଡୀ’ । ଏହି ଫିଲ୍ମର କାହାଣୀ ସ୍ୱାଧୀନତା ସଂଗ୍ରାମୀ ନରସିହ୍ମା ରେଡ୍ଡୀଙ୍କ ଜୀବନ ଉପରେ ଆଧାରିତ ।
ଅମିତାଭ ନିଜ ବ୍ଲଗରେ କହିଛନ୍ତି ଯେ ସେ ଚିରଞ୍ଜିବୀଙ୍କ ଫିଲ୍ମରେ ଅତିଥି ଭୂମିକାରେ ନଜର ଆସିବେ । ଏହା ସହିତ ସେ ନିଜର ଲୁକକୁ ମଧ୍ୟ ଶେୟାର କରିଥିଲେ । ଏହି ଫଟୋରେ ଅମିତାଭ ଲମ୍ବା କେଶ ଏବଂ ଲମ୍ବା ଦାଢି ରଖିଥିବା ଦେଖିବାକୁ ମିଳିଛିି ।
ସୂଚନା ଅନୁସାରେ ଅମିତାଭ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘୧୦୨ ନଟ ଆଉଟ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏଥିରେ ସେ ଋଷି କପୁରଙ୍କ ସହିତ ନଜର ଆସିବେ ।