Only for Entertainment

ପଡ଼ିଲା ମି ଟୁ’ର ପ୍ରଭାବ,୧ ମାସ ପରେ ଆଲୋକ ନାଥଙ୍କ ବିରୁଦ୍ଧରେ ସିଂଟା ନେଲା ବଡ଼ ଆକ୍ସନ ।

amarujala
25

ମି ଟୁରେ ଫସିଥିବା ସଂସ୍କାରୀ ବାପା ଆଲୋକନାଥଙ୍କ ବିରୁଦ୍ଧରେ ସିଂଟା (ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଏସୋସିଏସନ) ଆକ୍ସନ ନେଇଛନ୍ତି । ପ୍ରାୟ ୧ ମାସ ପୂର୍ବରୁ ଟିଭି ଜଗତ ସହିତ ଜଡ଼ିତ କେତେକ ନାମିଦାମୀ ଚେହେରା ଆଲୋକନାଥଙ୍କ ବିରୁଦ୍ଧରେ ଯୌନ ଶୋଷଣର ଆରୋପ ଲଗାଇଥିଲେ ।

ସିଂଟା ଆଲୋକନାଥଙ୍କ ବିରୁଦ୍ଧରେ ଆକ୍ସନ ନେଇ ତାଙ୍କୁ ସଂଙ୍ଗଠନରୁ ବାହାରର ରାସ୍ତା ଦେଖାଇଛନ୍ତି । ଟ୍ୱିଟରରେ ଜାରି କରାଯାଇଥିବା ଏକ ଆଧିକାରୀକ ବୟାନରେ ସିଂଟା କହିଛନ୍ତିଯେ ମିଷ୍ଟର ଆଲୋକନାଥଙ୍କ ଉପରେ ଯୌନ ଶୋଷଣ ଏବଂ ଦୁର୍ବ୍ୟବହାରକୁ ନେଇ କେତେକ ଆରୋପ ଲାଗିଛି । ଯାହାକୁ ଧ୍ୟାନରେ ରଖି ସିଂଟା ତାଙ୍କୁ ସଙ୍ଗଠନରୁ ନିଷ୍କାସିତ କରୁଛି ।
ମି ଟୁ ମୁଭମେଂଟ ଆରମ୍ଭ ପରେ ନିର୍ଦ୍ଦେଶିକା ଏବଂ ପ୍ରଯୋଜିକା ବିନତା ନନ୍ଦା ଆଲୋକନାଥଙ୍କ ଉପରେ ରେପ ଆରୋପ ଲଗାଇଥିଲେ ।ଏହି ବିଷୟରେ ସେ ସୋସିଆଲ ମିଡିଆରେ ଏକ ଲମ୍ବା ନୋଟ ଲେଖି ପୋଷ୍ଟ କରିଥିଲେ । ବିନତାଙ୍କ କହିବା ଅନୁସାରେ ଏକ ପାର୍ଟିରେ ଆଲୋକ ତାଙ୍କୁ ଡ୍ରିଙ୍କ୍ସରେ କିଛି ମିଶାଇ ଦେଇଥିଲେ ।ଏହାପରେ ଜବରଦସ୍ତ ଖୁବ ମଦ୍ୟପାନ କରାଇଲେ ଏବଂ ଖରାପ ବ୍ୟବହାର କଲେ । ବିନତା ଏହା ମଧ୍ୟ ଲେଖିଥିଲେଯେ ଏହି ବିଷୟରେ ସେ ଆଲୋକନାଥଙ୍କ ପତ୍ନୀ ଆଶୁଙ୍କୁ ଜଣାଇଥିଲେ କିନ୍ତୁ ସେ କୌଣସି ପ୍ରକାରର ସାହାଯ୍ୟ କଲେ ନାହିଁ ।

 

 

 

 

ଏହାପରେ ସଂଧ୍ୟା ମୃଦୁଲ ଏବଂ ହିମାନୀ ଶିବପୁରୀ ମଧ୍ୟ ଆଲୋକନାଥଙ୍କ ବିରୁଦ୍ଧରେ ଆରୋପ ଲଗାଇଥିଲେଯେ ସେ ସେ ସୁଟିଂ ସେଟରେ ଖରାପ ବ୍ୟବହାର କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More