Only for Entertainment

ପ୍ରଥମ ଥର ଗୋଟିଏ ସ୍କ୍ରିନରେ ନଜର ଆସିବେ ବରୁଣ ଏବଂ ସାରା, ଏକାଠି କରିବେ ରୋମାନ୍ସ !

29

ଫିଲ୍ମ ମେକର୍ ଡେଭିଡ୍ ଧୱନ ଖୁବଶୀଘ୍ର ପ୍ରସ୍ତୁତ କରିବାକୁ ଯାଉଛନ୍ତି ତାଙ୍କ ହିଟ୍ ଫିଲ୍ମ କୁଲି ନମ୍ବର ୱାନ୍ ର ସିକ୍ୱେଲ୍ । ଏହି ସିନେମାରେ ଅଭିନେତା ଗୋବିନ୍ଦାଙ୍କ ଚରିତ୍ରରେ ତାଙ୍କ ପୁଅ ବରୁଣ ଧୱନଙ୍କୁ କାଷ୍ଟ କରିବେ ବୋଲି ସୂଚନା ମିଳିଛି । ତେବେ ବରୁଣଙ୍କ ବିପକ୍ଷରେ କିଏ ହେବ ନାୟିକା ସେ ନେଇ ଅନେକ ଦିନରୁ ସନ୍ଧାନରେ ଥିଲେ ନିର୍ଦ୍ଦେଶକ ଡେଭିଡ୍ ଧୱନ । ହେଲେ ଏବେ ତାଙ୍କ ସନ୍ଧାନ ଶେଷ ହୋଇଛି । ତାଙ୍କୁ ମିଳିଛି ମନ ପସନ୍ଦର ନାୟିକା ।

ପ୍ରସ୍ତୁତ ହେବାକୁ ଥିବା କୁଲି ନମ୍ବର ୱାନର ସିକ୍ୱେଲରେ ବରୁଣଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ନବାଗତା ସୁନ୍ଦରୀ ସାରା ଅଲ୍ଲି ଖାନ୍ । ଆଉ ଯଦି ଏହି ଖବର ସତ ହୁଏ, ତାହାଲେ ବରୁଣ ଧୱନ ଓ ସାରା ଅଲ୍ଲି ଖାନ୍ଙ୍କୁ ପ୍ରଥମ ଥର ପାଇଁ ପରଦାରେ ରୋମାନ୍ସ କରିବାରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More