Only for Entertainment

ଟ୍ରେନ ଟିକେଟ କିଣିବା ପାଇଁ କାଉ ଛଡାଇନେଲା ମହିଳାଙ୍କ କାର୍ଡ !

khabarndtv
0 42

ସୋସିଆଲ ମିଡିଆରେ ଅନେକ ଅଜବଗଜବ ଭିଡିଓ ପ୍ରତିଦିନ ଭାଇରାଲ ହେଉଥାଏ । ଏହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଜୀବଜନ୍ତୁଙ୍କର ବଦମାସୀ ଭିଡିଓ ଅନେକ ସମୟରେ ଦେଖିବାକୁ ମିଳିଥାଏ । ସେହିଭଳି ଏକ କାଉର ଭିଡିଓ ଲୋକମାନେ ଖୁବ ପସନ୍ଦ କରିଛନ୍ତି । ଜାପାନର କିଶିଚୋ ଷ୍ଟେସନରେ ଏକ କାଉ କ୍ରେଡିଟ କାର୍ଡ ଛଡାଇ ନେଇ ଟିକେଟ କିଣିବା ପାଇଁ ମେସିନରେ କାର୍ଡ ପୂରାଇବା ପାଇଁ ଚେଷ୍ଟା ଚଳାଇଛି ।

ଅନେକ ଚେଷ୍ଟା ଫଳରେ କାର୍ଡଟିକୁ ସେହିଠାରେ ଛାଡି ସେହିଠାରେ ବସି ରହିଲା । କାଉକୁ ଟ୍ରେନ ଟିକେଟ କଣ ପାଇଁ ଦରକାର ଥିଲା ଏହା କାହାରିକୁ ଜଣା ନାହିଁ । ମାତ୍ର ଏହି କାଉର ଏଭଳି ହରକତକୁ ସୋସିଆଲ ମିଡିଆରେ ଅନେକ ଲୋକ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More