Only for Entertainment

କଟକ ବାଲିଯାତ୍ରାକୁ ରଙ୍ଗୀନ କରିବାକୁ ଆସୁଛନ୍ତି ଏହି ବଲିଉଡ କଣ୍ଠଶିଳ୍ପୀ, ମଚାଇବେ ଧମାଲ !

110

ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ବସିଛନ୍ତି । ଏହି ଯାତ୍ରା କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସାଣ ପରେ ଆରମ୍ଭ ହୋଇଥିବା । ବହୁ ଦୂର ଦୂରାନ୍ତରୁ ଏହାକୁ ଉପଭୋଗ କରିବାକୁ ଲୋକେ ଧାଇଁ ଆସନ୍ତି । ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଲାଗିଥାଏ ଏହି ବାଲିଯାତ୍ରାରେ । କେତେ ରଙ୍ଗୀନ ଆଲୋକ, ଦୋଳି ଏବଂ ଭିନ୍ନ ଭିନ୍ନ ଦୋକାନର ସମାରୋହ ଠାରୁ ନେଇ ଓଡିଶାର ପ୍ରସିଦ୍ଧ ଖାଦ୍ୟର ସମାହର ମଧ୍ୟ ରହିଥାଏ । ଏହି ବାଲିଯାତ୍ରାରେ ଓଡିଶାର କଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିଥାଏ । ଏହାମଧ୍ୟରେ ଏବେ ଏବେ ଏକ ଖବର ଆସିଛି ଯେ ଏଥର କାର୍ଯ୍ୟକ୍ରମକୁ ରଙ୍ଗୀନ କରିବେ ବଲିଉଡର କେତେକ ପ୍ରସିଦ୍ଧ କଣ୍ଠଶିଳ୍ପୀ ।

ମିଳିଥିବା ରିପୋର୍ଟ ମୁତାବକ ଦଲେର ମେହେନ୍ଦୀ, ସୋନା ମହାପାତ୍ର, କେକେ ଏବଂ ଋତୁରାଜ ମହାନ୍ତିଙ୍କ ଗାୟିକୀ ଶୁଣିବାକୁ ମିଳିବ । ପ୍ରଥମଥର ବାଲିଯାତ୍ରାରେ ଏଭଳି ରଙ୍ଗୀନ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ । ଏହା ୪ଟାରୁ ଆରମ୍ଭ କରି ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ । ତେବେ ଲୋକମାନେ ବାଲିଯାତ୍ରାର ନିଆରା ମଜା ନେବା ସହ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଖୁବ ମଜା ଉଠାଇବେ ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ବାଲିଯାତ୍ରାର ଶୁଭାରମ୍ଭରେ ଗାଇବେ ଓଡିଆ ପୁଅ ‘ଇଣ୍ଡିଆଜ ର ଷ୍ଟାର’ ବିଜେତା ଋତୁରାଜ ମହାନ୍ତି ।

ନଭେମ୍ବର ୧୬ରେ ମଂଚରେ ଯୋଗଦାନ ଦେବେ ଦଲେର ମେହେନ୍ଦୀ ଏବଂ ନିଜ ଗୀତରେ କରିବେ ଲୋକଙ୍କୁ ମତୁଆଲା ।

ନଭେମ୍ବର ୧୭ରେ ମଂଚରେ ଦେଖିବାକୁ ମିଳିବ ଓଡିଆ ଝିଅ ସୋନାଙ୍କ ପରଫର୍ମାନ୍ସ ଏବଂ ବାଲିଯାତ୍ରା ଅନ୍ତିମ ଦିନ କେକେଙ୍କ ଗୀତ ମାହୋଲକୁ କରିବ ରଙ୍ଗୀନ । ଏହାସହ ଓଡିଆ କଣ୍ଠଶିଳ୍ପୀ ଇରା ମହାନ୍ତି, ଅସୀମା ପଣ୍ଡା, ହ୍ୟୁମାନ ସାଗର ଏବଂ ଗୁଡୁଲି ରଥ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More