Only for Entertainment

ପେଟିଏମ୍ ରେ ଠକେଇ, ୧ମିନିଟରେ ଲୁଟି ନେଲେ ୭୧ହଜାର ଟଙ୍କା, ଆପଣ ମଧ୍ୟ ହୋଇଯାଆନ୍ତୁ ସାବଧାନ !

180

ଆଜିକାଲି ଇଂଟରନେଟର ଚାହିଦା ଖୁବ ଦେଖିବାକୁ ମିଳୁଛି । ଇଂଟରନେଟର ଚାହିଦା ଯେତେ ବଢି ବଢି ଚାଲିଛି, ଲୋକମାନେ ମଧ୍ୟ ସେତେ ସୁବିଧା ସହ ଅସୁବିଧାର ମଧ୍ୟ ଶିକାର ହେଉଛନ୍ତି । ମୋଦି ସରକାର ଭାରତକୁ ସିନା ଡିଜିଟାଲ ଇଣ୍ଡିଆ କରିବାକୁ ପ୍ରୟାସ ଚଲାଇଛନ୍ତି , ମାତ୍ର ଏହି ଡିଜିଟାଲ ଇଣ୍ଡିଆ କେତେ ଯେ କ୍ଷତି କରୁଛି ତାହାର କୌଣସି ହିସାବ ନାହିଁ ।

କ୍ୟାସଲେସ ହୋଇ ଡିଜିଟାଲର ସହାୟତା ଏବେ ଚାରିଆଡେ ହେଉଛି । ଏଥିପାଇଁ ଅନେକ ଆପ୍ ମଧ୍ୟ ରହିଛି । ଯେପରିକି ତେଜ୍ , ପେଟିଏମ୍ , ଫୋନ ପେ ଏବଂ ଗୁଗୁଲ ପେ ଏହିଭଳି ଆହୁରି ଅନେକ ଆପ୍ ରହିଛି । ମାତ୍ର ଏହି ଡିଜିଟାଲ କ୍ୟାସ ପାଇଁ ଅନେକ ଠକେଇ ସାମ୍ନାକୁ ଆସୁଛି । ସେହିଭଳି ଏକ ଘଟଣା ଘଟିଛି ଜଣେ ପେଟିଏମ୍ ବ୍ୟବହାରକାରୀଙ୍କ ସହ ।

ଅସଲରେ ପେଟିଏମ , ଗୁଗୁଲ ପେ କି କୌଣସି ଡିଜିଟାଲ ଆପ୍ ତରଫରୁ ଏହିଭଳି ବ୍ୟାଙ୍କ ତଥ୍ୟ ବିବରଣୀ ମେସେଜ ଆସିନଥାଏ । କିନ୍ତୁ ଏହାର ସାହାର ନେଇ ଅନେକ ଠକେଇ ମେସେଜ ଆସିଥାଏ । ଯାହାର ଶିକାର ହୋଇଥାଆନ୍ତି ସାଧାରଣ ଜନତା । ସେହିଭଳି ଘଟଣା ଘଟିଛି ଆଶୁତୋଷ ପାଣିଗ୍ରାହୀଙ୍କ ସହ । ସେ ୨୦୦୫ମସିହାରେ ଗ୍ୱାଲିଅରର ପ୍ରାଇଭେଟ ହଲରେ ୬ଜଣ ଟିମ ମେମ୍ବରଙ୍କ ସହ ମିଶି ଏକ ବିରାଟ ଚିତ୍ର ‘ଶ୍ୟାମ ବାଟିକା’ ଆଙ୍କିଥିଲେ । ଯେଉଁଥିପାଇଁ ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡରେ ତାଙ୍କ ନାଁ ସାମିଲ ରହିଛି । ସେ ଏକ ଅନଲାଇନ ଠକେଇର ଶିକାର ହୋଇଛନ୍ତି ।

ତାଙ୍କୁ ଅନଲାଇନ ଲୁଟେରାଙ୍କର ସେହିଭଳି କିଛି ମେସେଜ ଆସିଥିଲା ଏବଂ ଯାହାକୁ ସେ ଫଲୋ କରି ନିଜର ଟଙ୍କା ହରାଇଛନ୍ତି । ପ୍ରଥମେ ଏକ କଲରୁ ତାଙ୍କୁ କୁହାଯାଇଥିଲା ଯେ ପେଟିଏମରେ ଥିବା ଟଙ୍କା ଆପଣଙ୍କ ଅକାଉଂଟକୁ ଫେରି ପାଇବେ । ସେଥିପାଇଁ ଆପଣଙ୍କୁ ‘କ୍ୱିକ ସର୍ପୋଟ’ନାମକ ଆପକୁ ଇନଷ୍ଟଲ କରିବାକୁ ପଡିବ । ଏହାପରେ ବ୍ୟକ୍ତି ଜଣକ ଏହି ଆପକୁ ଇନଷ୍ଟଲ କଲାପରେ ତାଙ୍କୁ କୁହାଗଲା ୧ଟଙ୍କା ପଠାଇବା ଦ୍ୱାରା ସେହି ଅକାଉଂଟ ସହ ସମ୍ପର୍କ କରିବା ସହଜ ହେବ । ଏହାପରେ ସେ ଏତିକି କରୁ ଅନଲାଇନ ଠକ କ୍ଷଣକ ମଧ୍ୟରେ ତାଙ୍କ ସମସ୍ତ ଟଙ୍କା ଅର୍ଥାତ ଅକାଉଂଟରେ ଥିବା ୭୧ହଜାର ଟଙ୍କା ଲୁଟି ନେଇଛନ୍ତି । ଏହାପରେ ସେ ପେଟିଏମ କମ୍ପାନୀ ନୋଏଡାରେ ଅଭିଯୋଗ କରିବାରୁ ସେମାନେ ମଧ୍ୟ ଏସମ୍ପର୍କରେ କିଛି କରିପାରିବେ ନାହିଁ ବୋଲି ହାତ ଟେକି ଦେଇଛନ୍ତି । ଏହିଭଳି କେବଳ ସେ ନୁହଁନ୍ତି ଏହିପରି ଅନେକ ମାମଲା ସାମ୍ନାକୁ ଆସୁଛି ମାତ୍ର ଏହାର କୌଣସି ସ୍ଥାୟୀ ସମାଧାନ ମିଳିପାରୁନାହିଁ ।

ତେଣୁ ଆପଣଙ୍କୁ ଏଠାରେ ଅନୁରୋଧ କରୁଛୁକି ଆପଣ ମଧ୍ୟ ଏଭଳି ଅନଲାଇନ ଠକେଇ ଶିକାର ହେବା ପୂର୍ବରୁ ନିଜେ ସତର୍କ ରୁହନ୍ତୁ ଏବଂ ଅନ୍ୟକୁ ସତର୍କ ରଖନ୍ତୁ । ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ତଥ୍ୟ କାହା ପାଖେ ଶେୟାର କରନ୍ତୁ ନାହିଁ. ନଚେତ ଆପଣ ମଧ୍ୟ ଏହି ପରିସ୍ଥିତିର ଶିକାର ହେବେ ଯାହାର କୌଣସି ସ୍ଥାୟୀ ସମାଧାନ ହେବା ଅସମ୍ଭବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More