Only for Entertainment

ପୁଣିଥରେ ବିଗିଡ଼ିଲା ଅମିତାଭଙ୍କ ସ୍ୱାସ୍ଥ୍ୟବସ୍ଥା, ପ୍ରାର୍ଥନା କଲେ ଫ୍ୟାନ୍ସ

bollywood tadka
23

ବଲିଉଡର ଶେହନଶାହ ଅମିତାଭ ବଚ୍ଚନ ସବୁଠାରୁ ନାମି ଦାମୀ କଳାକାର । ସେ ଯେତିକି ପରିଶ୍ରମୀ ସେତିକି ସଚ୍ଚୋଟ । ନିକଟ ଅତୀତରେ ଅମିତାଭ ତାଙ୍କର ୭୭ ତମ ଜନ୍ମଦିନ ପାଳନ କରିଛନ୍ତି । ଗତ କିଛି ଦିନ ହେବ ବିଗ୍ ବି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅସୁସ୍ଥ ଥିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ମଧ୍ୟରେ ବିଗ୍ ବି ଟ୍ୱିଟ କରିଥିଲେଯେ ମୁଁ ଖୁବଶୀଘ୍ର ଭଲ ହୋଇ ଫେରିବି ଏବଂ ଆପଣଙ୍କର ମନୋରଂଜନ କରିବି । କିନ୍ତୁ ଏହି ମଧ୍ୟରେ ପୁଣିଥରେ ଏକ ଖବର ଆସିଛି ।

ଖବର ମୁତାବକ ଅମିତାଭଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣିଥରେ ବିଗିଡ଼ି ଯାଇଛି । ଅମିତାଭ ନିଜେ ଏହାର ସୂଚନା ଟ୍ୱିଟରରେ ଦେଇଛନ୍ତି । ଯେଉଁଥିରେ ସେ ହସ୍ପିଟାଲ ଖଟରେ ଶୋଇ ଥିବାର ଫଟୋ ଶେୟାର କରିଛନ୍ତି । ଏହି ଫଟୋକୁ ଦେଖିବା ପରେ ଫ୍ୟାନ୍ସ ଖୁବ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଖୁବଶୀଘ୍ର ସେ ଭଲ ହୋଇଯାଆନ୍ତୁ ଫ୍ୟାନ୍ସ ପ୍ରାର୍ଥନା କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More