Only for Entertainment

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜନ ୭’ରେ ବିଚାର କରିବେ କରୀନା, ଶୋ’ର ପ୍ରଥମ ପ୍ରମୋ ଆଉଟ ।

45

ବହୁ ଦିନ ଧରି ଶୁଣିବାକୁ ମିଳୁଥିଲାଯେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଟେଲିଭିଜନରେ ଡେବ୍ୟୁ କରିବେ । କରୀନାଙ୍କୁ ଛୋଟ ପରଦାରେ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସ ଖୁବ ଉତ୍ସାହର ସହିତ ଚାହିଁ ବସିଛନ୍ତି । କହିରଖୁଛୁଯେ ଏବେ ଦର୍ଶକଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । ବାସ୍ତବରେ କରୀନା କପୂର ଖୁବଶୀଘ୍ର ରିଆଲିଟି ଶୋ ଡ୍ରାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ଜଜ୍ ଭାବରେ ନଜର ଆସିବେ ।

 

ଜି ଟିଭିର ଅଫିସିଆଲ ସୋସିଆଲ ମିଡିଆ ପେଜ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଶୋ’ର ବହୁ ପ୍ରତିକ୍ଷୀତ ପ୍ରମୋ ଶେୟାର କରିଛନ୍ତି । ଶୋ’ର ପ୍ରମୋଶନରେ କରୀନା ୟୁସୁଫ ଅଲ ଯାସ୍ମୀଙ୍କ ଡିଜାଇନ ଆଉଟଫିଟରେ ନଜର ଆସିଛନ୍ତି । ପ୍ରମୋରେ କରୀନାଙ୍କୁ ଗାଉଥିବାର ଏବଂ ଡ୍ୟୋନ୍ସ କରୁଥିବାର ଦେଖିବାକୁ ମିଳିଛି ।

ଖବର ଅନୁସାରେ କରୀନାଙ୍କ ସହିତ ଦୀର୍ଘ ସମୟ ଧରି ଏହି ଶୋ’ରେ ଜଜ ଭାବରେ କାମ କରିବାକୁ ଆଲୋଚନା ଚାଲିଥିଲା । ଏବେ କରୀନା ଏହାର ନିଷ୍ପତ୍ତି ନେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More