Only for Entertainment

ରାକ୍ଷୀଙ୍କ ବିବାହକୁ ନେଇ ବର୍ଷିଲେ ଦୀପକ କଲାଲ, କହିଲେ ‘ମୋର ୪ କୋଟି ଫେରା ନହେଲେ ଜୀବନ ଖରାପ କରିଦେବି’

Zee News
383

ନିଜ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ରାକ୍ଷୀ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିଛି ଦିନ ଆଗରୁ ରାକ୍ଷୀଙ୍କ ନାମକୁ ଦୀପକ କଲାଲଙ୍କୁ ଯୋଡା ଯାଇଥିଲା । କିନ୍ତୁ ଏବେ ରାକ୍ଷୀ ସାୱନ୍ତ ଦୀପକ କଲାଲଙ୍କୁ ଛାଡି ଆଉ କାହାକୁ ଜୀବନ ସାଥୀ ରୂପେ ବାଛିଛନ୍ତି । ବିବାହର କିଛି ଫଟୋକୁ ରାକ୍ଷୀ ନିଜ ଫ୍ୟାନ୍ସଙ୍କ ସହିତ ସେୟାର ମଧ୍ୟ କରିଛନ୍ତି । ନିଜ ବିବାହକୁ ନେଇ ରାକ୍ଷୀ ଖୁସି ଥିବାବେଳେ, ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦୀପକ କଲାଲ । ଯେପରି ତାଙ୍କ ମନରେ ଗଭୀର ଆଘାତ ଲାଗିଛି ।

ରାକ୍ଷୀଙ୍କର ଏଭଳି ଲୁଚାଛପା ବିବାହ ପରେ ଦୀପକ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ନିଜ କ୍ରୋଧକୁ ଜାହିର କରିଛନ୍ତି । ଏହି ଭିଡିଓରେ ଦୀପକ ରାକ୍ଷୀଙ୍କୁ ବହୁତ କଥା କହୁଥିବା ଦେଖିବାକୁ ମିଳିଛି । ଦୀପକ କହିଛନ୍ତି ଯେ, ‘ମୋତେ ବିବାହ କରିବା ପାଇଁ ରାକ୍ଷୀ ମୋ ଠାରୁ ୪କୋଟି ଟଙ୍କା ନେଇଥିଲେ’ ।

ଆପଣ ମଧ୍ୟ ଏହି ଭିଡିଓଟି ଉପରେ ନଜର ପକାନ୍ତୁ । ଆଉ ଶୁଣନ୍ତୁ ଏଥିରେ କଣ କହୁଛନ୍ତି ଦୀପକ କଲାଲ …

 

View this post on Instagram

 

??????????

A post shared by Rakhi Sawant (@rakhisawant2511) on

କିନ୍ତୁ ଦୀପକ ରାକ୍ଷୀଙ୍କୁ ଏତେ ବଡ ରକମ ସତରେ ଦେଇଛନ୍ତି ନା ଏସବୁ ପବ୍ଲିସିଟି ପାଅଁ କରୁଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦୀପକ ପୋଷ୍ଟ କରିଥିବା ଏହି ଭିଡିଓକୁ ରାକ୍ଷୀ ନିଜେ ସେୟାର କରିଛନ୍ତି । ଏହାକୁ ଦେଖିଲେ ଲାଗୁଛି ପ୍ରତିଥର ଭଳି ଏହା ମଧ୍ୟ ରାକ୍ଷୀଙ୍କ ପବ୍ଲିସିଟି ଷ୍ଟଣ୍ଟ ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More