Only for Entertainment

ସୋନମଙ୍କ ବିବାହରେ ଦୀପିକା ଅନୁପସ୍ଥିତ ଥିବାରୁ ଅନୀଲ କପୁରଙ୍କୁ ମାଗିଲେ କ୍ଷମା ।

filmy filmy
0 38

ଆମ ସମସ୍ତଙ୍କୁ ଜଣା ଯେ ସୋନମ କପୂର ଏବଂ ଆନନ୍ଦଙ୍କ ବିବାହ ଚର୍ଚ୍ଚା ଜୋର ଧରିଥିଲା । ବିବାହରେ କିଏ କିଏ ଆସିବା ଠୁ ନେଇ ସୋନମ କଣ ପିନ୍ଧିବେ ଏ ସମ୍ପର୍କରେ ଜାଣିବା ଲାଗି ଲୋକଙ୍କ ମନରେ ଉତ୍ସାହ ଭରି ଉଠିଥିଲା । ଏଠାରେ ଆମେ କହି ରଖୁଛୁ ଯେ କପୂର ବଂଶର ଏହି ବିବାହରେ ବଲିଉଡ଼ର ପ୍ରାୟତଃ ସମସ୍ତ କଳାକାର ସାମିଲ ହୋଇଥିଲେ । ମାତ୍ର କିଛି ଅଭିନେତ୍ରୀ ନିଜର ବ୍ୟସ୍ତତା ଜୀବନ ଶୈଳୀରୁ ସମୟ ନ ପାଇବାରୁ ବିବାହରେ ସାମିଲ ହୋଇପାରିନଥିଲେ । କପୂର ବଂଶର ଏହି ବନ୍ଧୁଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦୀପିକା ପାଦୁକୋନ ।

ଅସଲରେ ଯେଉଁ ସମୟରେ ସୋନମଙ୍କ ଵିଵାହ ଚାଲିଥିଲା ସେ ସମୟରେ ଦୀପିକା କାଂଶରେ ନିଜର ଯାଦୁ ଦେଖାଉଥିଲେ । ଗତକାଲି ରାତିରେ ଜୀକ୍ୟୁ 100 ବେଷ୍ଟ ଡ୍ରେସ୍ସେଡ଼ ଇଭେଣ୍ଟରେ ଦୀପିକା ଏବଂ ଅନୀଲ କପୂର ସାମ୍ନା ସାମ୍ନି ହୋଇଯାଇଥିଲେ । ଏହାପରେ ଅନୀଲ କପୂର ଦୀପିକଙ୍କୁ କହିଲେ ମୁଁ ତମକୁ ମିସ କଲି, ଏହା ଶୁଣି ଦୀପିକା ପ୍ରତ୍ୟୁତ୍ତର ରେ କହିଲେ , ହଁ ମୁଁ ଜାଣିଛି , ମୋତେ କ୍ଷମା କରିଦିଅନ୍ତୁ , ମୁଁ କାଂଶ କାର୍ଯ୍ୟକ୍ରମ ରେ ଥିଲି । ଏଠାରେ ଦେଖନ୍ତୁ ଭିଡ଼ିଓ –

ଏଠାରେ ଆମେ କହି ରଖିଛୁ ଯେ ଦୀପିକା ଙ୍କ ଅନୁପସ୍ଥିତି ପୂରଣ କରିବା ଲାଗି ରଣବିର ଖୁବ ପ୍ରୟାସ କରିଥିଲେ । କାରଣ ସୋନମଙ୍କ ବିବାହ ସମୟରେ ଯେଉଁ ସମସ୍ତ ଭିଡ଼ିଓ ଦେଖିବାକୁ ମିଳିଥିଲା ସେଥିରେ ରଣବିର ଖୁବ ମସ୍ତି କରୁଥିବାର ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More