Only for Entertainment

କ’ଣ ପାଇଁ ଦୀପିକା ସାଇନ କରୁନାହାଁନ୍ତି ଫିଲ୍ମ? ଜାଣନ୍ତୁ ଏହାର କାରଣ

Cosmopolitan India
0 39

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜବରଦସ୍ତ ଆପିୟରାନ୍ସ ଦେଇ ଭାରତ ଫେରି ଆସିଛନ୍ତି ଦୀପିକା । କାନ୍ସରେ ତାଙ୍କର ଲୁକକୁ ଲୋକେ ଖୁବ ପସନ୍ଦ କରିଛନ୍ତି । କିନ୍ତୁ ଦୀପିକା ଏବେ କୌଣସି ଫିଲ୍ମ ସାଇନ କରୁନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୀପିକା ଶେଷଥର ପାଇଁ ଫିଲ୍ମ ‘ପଦ୍ମାବତ’ରେ ନଜର ଆସିଥିଲେ । ଏବଂ ଏହି ଫିଲ୍ମ ରିଲିଜ ହେବାର ୩ ମାସରୁ ଅଧିକ ସମୟ ହୋଇଗଲାଣି । ତେବେ ଦୀପିକା କ’ଣ ପାଇଁ ଫିଲ୍ମର ଅଫରକୁ ଗ୍ରହଣ କରୁନାହାଁନ୍ତି । ଏହା ପଛରେ କାରଣ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ।

deepika

ଦୀପିକା ପାଦୁକୋନ ଫିଲ୍ମ ସାଇନ ନକରିବା ପଛରେ ତାଙ୍କ ବିବାହ ବୋଲି ଅନୁମାନ କରାଯାଉଛି । କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ ଏହା ସତ ନୁହେଁ ଦୀପିକା ବିବାହ ପାଇଁ ନୁହେଁ ବରଂ ତାଙ୍କ ବେକରେ ଆଘାତ ଲାଗିବା କାରଣରୁ ସେ ଏବେ କୌଣସି ଫିଲ୍ମ ସାଇନ କରୁନାହାଁନ୍ତି ।

deepika-padukone

କିନ୍ତୁ ଅନ୍ୟ କେହି କହୁଛନ୍ତି ଦୀପିକାଙ୍କୁ ଅନେକ ରୋଲର ଅଫର ମିଳୁଛି । ସେଥିମଧ୍ୟରୁ ସେ କେଉଁ ରୋଲକୁ ଚୟନ କରିବେ ତାହା ଠିକ କରିପାରୁ ନାହାଁନ୍ତି । ଦୀପିକା ଏପରି ଏକ ରୋଲ କରିବା ପାଇଁ ଚାହୁଁଛନ୍ତି ଯେଉଁଥିରେ ତାଙ୍କୁ ଫିଲ୍ମ ହିରୋ ପରି ସୁଯୋଗ ମିଳିବ । ଅର୍ଥାତ ଫିଲ୍ମରେ ହିରୋର ଯେତିକି ମହତ୍ୱ ଥବ ହିରୋଇନର ମଧ୍ୟ ସେତିକି ମହତ୍ୱ ଥିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More