ଦିଲ୍ଲୀପ କୁମାରଙ୍କ ପତ୍ନୀ ସାଏରା ବାନୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ପାଇଁ ଗୁହାରି କରିଛନ୍ତି । ବାସ୍ତବରେ ଦିଲ୍ଲୀପ କୁମାରଙ୍କ ବଙ୍ଗଳାର ଦୁଇଟି ପ୍ଲଟ ଉପରେ ନିଜର ମିଛ ମାଲିକାନା ଦାବି କରୁଛନ୍ତି ବିଲଡର ସମୀର ଭୋଜବାନି ।
ରବିବାରକୁ ଦିଲ୍ଲୀପ କୁମାରଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ଅନୁରୋଧ କରାଯାଇଛି । ସେଥିରେ ଲେଖାଅଛିଯେ ମାଫିଆ ସମୀର ଭୋଜବାନି ଜେଲରୁ ବାହାରି ଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ପଦ୍ମଶୀ ପୁରସ୍କାର ପାଇଥି
Request from Saira Banu Khan: The Hon’ble @PMOIndia Shri @narendramodi
Sir, Land Mafia Samir Bhojwani realeased from Jail. No Action Taken despite assurances by CM @Dev_Fadnavis
Padma Vibhushit betrayed, Threatened by money n muscle power. Request meeting wth u in #mumbai— Dilip Kumar (@TheDilipKumar) December 16, 2018
ବା ବ୍ୟକ୍ତିଙ୍କୁ ଧମକ ଦିଆଯାଇଛି । ତେବେ ମୁମ୍ବାଇରେ ସାକ୍ଷାତ ପାଇଁ ଅନୁରୋଧ କରିଛନ୍ତି ସାଏରା ବାନୋ
କହିରଖୁଛୁଯେ ଏହା ପୂର୍ବରୁ ଏହି ଘଟଣା ହୋଇଥିଲା,ଏବଂ ପୋଲିସରେ ମାମଲା ରୁଜୁ ପରେ ସମୀର ଜେଲ ଯାଇଥିଲେ,ତେବେ ପୁଣିଥରେ ତାହାର ପୁନରାବୃତ୍ତି ହୋଇଛି । ପୋଲିସର ସନ୍ଦେହ ଥିଲାଯେ ସମୀର ମିଛ କାଗଜ ପ୍ରସ୍ତୁତ କରିଥିଲେ,ଏହାପରେ ତାଙ୍କୁ ଜେଲ ହୋଇଥିଲା । ତା ନିକଟରୁ ଛୁରୀ ଏବଂ ଚାକୁ ଭଳି ଅସ୍ତ୍ର ମିଳିଥିଲା । ତେବେ ସେ ଏହି ବର୍ଷ ଅପ୍ରେଲରେ ଗିରଫ ହୋଇଥିଲା,କିନ୍ତୁ ଏବେ ଜେଲରୁ ବାହାରି ଆସିଛି ।