Only for Entertainment

ଲଣ୍ଡନରେ ମଧ୍ୟ ଧମାଲ ମଚାଇଲା ଭୋଜପୁରୀ ଗୀତ ‘ଜିଲା ଟପ ଲାଗେଲୁ’ର ଯାଦୁ , ଦେଖନ୍ତୁ ଭିଡିଓ !

27

ଭୋଜପୁରୀ ଗୀତ ‘ଜିଲା ଟପ ଲାଗେଲୁ’ ବିନା ଭାରତରେ କୌଣସି ବିବାହ କାର୍ଯ୍ୟକ୍ରମ ଅଧା ଅଟେ । ଲୋକଙ୍କ ମଧ୍ୟରେ ଏହି ଗୀତ ଖୁବ ପପୁଲାର ଅଟେ ଏବଂ ସମସ୍ତଙ୍କୁ ଏହି ଗୀତରେ ନାଚିବାକୁ ଖୁବ ପସନ୍ଦ । କେବଳ ଭାରତ ନୁହେଁ ଏବେ ବିଦେଶରେ ମଧ୍ୟ ଏହି ଗୀତ ଲୋକଙ୍କର ପ୍ରିୟ ହୋଇଗଲାଣି । ଭିଡିଓରେ ଲଣ୍ଡନର କିଛି ଲୋକ ‘ଜିଲା ଟପ ଲାଗେଲ’ ଗୀତରେ ଜମେଇକି ନାଚୁଥିବାର ନଜର ଆସିଛନ୍ତି ।


ଆମେ ଯେଉଁ ଭିଡିଓ ବିଷୟରେ କହୁଛୁ, ତାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ ଟ୍ରକ ଦେଖିବାକୁ ମିଳିଛି , ଯେଉଁଥିରେ କିଛି ଲୋକ ଖୁବ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହାସହ ଜଣେ ବ୍ୟକ୍ତି ହାତରେ ପତାକା ଧରି ଛିଡା ହୋଇଥିବାର ମଧ୍ୟ ନଜର ଆସିଛି । ଦେଖନ୍ତୁ-

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ପ୍ରସିଦ୍ଧ ଭୋଜପୁରୀ ଗାୟକ ପବନ ସିଂ ଏହି ଗୀତରେ ନିଜ ସ୍ୱର ଦେଇଥିଲେ । ସେ ନିଜ ଲାଇଭ କନ୍ସର୍ଟ ଏବଂ ଅନ୍ୟ ଶୋ’ ରେ ମଧ୍ୟ ସବୁବେଳେ ଏହି ଗୀତ ଗାଆନ୍ତି । ତାଙ୍କର ଏହି ଗୀତରେ ଲୋକମାନେ ତାଳରେ ତାଳ ମିଶାଇ ଉତ୍ସାହର ସହ ଝୁମି ଥାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More