Only for Entertainment

ଜାଣନ୍ତୁ ବିଭୂତି ଲଗାଇବାର ଫାଇଦା ।

TopYaps
33

ମାନସିକ ଏବଂ ଶରୀରିକ ଶାନ୍ତି ପ୍ରଦାନକାରୀ ଔଷଧ ହେଉଛି ବିଭୂତି । ଏହାକୁ ଖାଇବା ଦ୍ୱାରା କେତେକ ରୋଗରୁ ମୁକ୍ତି ମିଳିଥାଏ । ହିନ୍ଦୁ ଧର୍ମରେ କେତେକ ଲୋକ ଏହାକୁ ମଥାରେ ଲଗାନ୍ତି,କିନ୍ତୁ କ’ଣ ଆପଣ ଜାଣନ୍ତିକି ଏହାର କାରଣ କ’ଣ ।ଆସନ୍ତୁ ଜାଣିବା ।

କୁହାଯାଏ ମଥାରେ ବିଭୂତି ଲଗାଇବା ଦ୍ୱାରା ମାନବ ଶରୀର ମଧ୍ୟରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହାକୁ ଲଗାଉଥିବା ଲୋକର ବିଚାର ଖୁବ ଉଚ୍ଚ ହୋଇଥାଏ । ଏହାକୁ ଲଗାଇଲେ ମାନସିକ ଶାନ୍ତି ମିଳେ ବୋଲି ଗ୍ରନ୍ଥରେ ପରିଲକ୍ଷିତ । ତେଣୁ ଏହା ମଧ୍ୟ କୁହାଯାଏଯେ ଯେଉଁମାନେ ବିଭୂତି ଲଗାନ୍ତି ସେମାନେ ଶାନ୍ତ ସ୍ୱଭାବର ହୋଇଯାଆନ୍ତି । ଏମାନେ ନ ଡରି ଖୁବ ବିଚାରକ ପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି । ବାସ୍ତୁ ଏବଂ ଜ୍ୟୋତିଷ ଉଭୟ କୁହନ୍ତିଯେ ଏହାକୁ ଲଗାଇବା ଦ୍ୱାରା ଆଖପାଖରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୁଏ ।

ପରମ୍ପରା ଅନୁସାରେ ବିଭୂତିକୁ ଘରୁ ବାହାରିବା ସମୟରେ ଅନାମିକା ଆଙ୍ଗୁଠିରେ ନେଇ ମଥାରେ ଲଗାଇବା ଉଚିତ । ଏହାକୁ ମଥା,ଗଳା,ଛାତିର ମଧ୍ୟଭାଗରେ ବିଭୂତି ଲଗାଇବା ଉଚିତ । ହିନ୍ଦୁ ଧର୍ମ ଅନୁସାରେ ଏହି ସ୍ଥାନ ମାନଙ୍କରେ ବିଭୂତି ଲଗାଇବା ଦ୍ୱାରା ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More