Only for Entertainment

କରଣ ଜୋହରଙ୍କ ଏହି ଫିଲ୍ମରେ ଏକା ସାଙ୍ଗରେ ନଜର ଆସିବେ କାର୍ତ୍ତିକ-ଜାହ୍ନବୀ ।

31

ପ୍ରିୟଙ୍କା ଚୋପ୍ରା-ଜନ ଆବ୍ରାହିମ ଏବଂ ଅଭିଷେକ ବଚ୍ଚନ ଷ୍ଟାରର ଫିଲ୍ମ ଦୋସ୍ତାନାକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଏବେ ଏହି ଫିଲ୍ମର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି । ନିକଟରେ କରଣ ଆଜି କିଛି ଘୋଷଣା କରିବେ ବୋଲି ଭିଡ଼ିଓ ଶେୟାର କରି ଜଣାଇଥିଲେ । ଏଥିରୁ ଅନୁମାନ କରାଯାଉଥିଲା ସେ ଦୋସ୍ତାନା-ଟୁ ବିଷୟରେ କହିବେ । ତେବେ ସେ ଫିଲ୍ମର ଷ୍ଟାରକାଷ୍ଟଙ୍କ ବିଷୟରେ ଖୁଲାସା କରି ସାରିଛନ୍ତି ।

୨୦୦୮ରେ ରିଲିଜ ହୋଇଥିଲା ଦୋସ୍ତାନା । ତେବେ ଏହାର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି । ଏହା ପୂର୍ବରୁ ଅନୁମାନ କରାଯାଉଥିଲାଯେ ଆଲିୟା ଭଟ୍ଟ ମୁଖ୍ୟ ଚରିତ୍ରରେ ନଜର ଆସିପାରନ୍ତି, କିନ୍ତୁ ଏହା ଉଡ଼ା ଖବର ବୋଲି ପ୍ରମାଣ କରି ଦେଇଛନ୍ତି କରଣ ଜୋହର ।

ଫିଲ୍ମରେ ଜାହ୍ନବୀ କପୂର ଏବଂ କାର୍ତ୍ତିକ ଆର‌୍ୟନ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଅବଶ୍ୟ କାର୍ତ୍ତିକ ଏବଂ ଜାହ୍ନବୀଙ୍କ ବ୍ୟତୀତ ତୃତୀୟ ଷ୍ଟାର କିଏ ହେବେ ସେହି ବିଷୟରେ କରଣ କୌଣସି ସୂଚନା ଦେଇନାହାଁନ୍ତି । ଫିଲ୍ମ ୨୦୨୦ରେ ସିନେମାଘରେ ରିଲିଜ ହେବ ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ କାର୍ତ୍ତିକ ଲଭ ଆଜ କଲ ଟୁ ଏବଂପତି ପତ୍ନୀ ଔର ୱୋରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More