ଏଥର ସଲମାନ ଖାନଙ୍କ ଶୋ’ ଦଶ କା ଦାମ ଧମାକାଦାର ହେବାକୁ ଯାଉଛି । ଏହି ଶୋରେ ଏଥର ଏଂଟ୍ରି କରିବାକୁ ଯାଉଛନ୍ତି ଡବ୍ଲୁଡବ୍ଲୁଇ ଷ୍ଟାର ବ୍ରାନ ଷ୍ଟ୍ରୋମେନ । ତାଙ୍କୁ ସମସ୍ତଙ୍କ ଝାଳ ବାହାରିବା ସହ ସଲମାନ ଖାନ ତାଙ୍କ ସହ କରିବେ ଡ୍ୟାନ୍ସ ।
#DumdaarWeekend is getting more dumdaar! Look who’s coming on #DusKaDum, the one and only @BraunStrowman! Can’t wait to show you all the fun we had with @SonakshiSinha and @DianaPenty. Tune in tonight at 9:30 PM @SonyTV pic.twitter.com/eR5vVJNMGs
— Salman Khan (@BeingSalmanKhan) August 19, 2018
ସଲମାନ ଖାନଙ୍କ ଏହି ଶୋ’ରେ ଡାଏନା ପେଂଟୋ ଏବଂ ସୋନାକ୍ଷୀ ସିନ୍ହା ମଧ୍ୟ ନଜର ଆସିବେ । ଆସନ୍ତା ଶୁକ୍ରବାର ଡାଏନା ପେଂଟୋ ଏବଂ ସୋନାକ୍ଷୀ ସିନ୍ହା ଷ୍ଟାରର ହାପି ଫିର ଭାଗ ଜାୟେଗୀ ରିଲିଜ ହେବାକୁ ଯାଉଛି । ଯାହାର ପ୍ରମୋଶନ ପାଇଁ ଦଶ କା ଦମ ଶୋ’କୁ ଆସିବେ ଏହି ଦୁଇ ଅଭିନେତ୍ରୀ ।ମେକର୍ସ ଏହି ଶୋ’ର ଭିଡିଓ ଶେୟାର କରି ଦେଇଛନ୍ତି ଯାହାକୁ ଦେଖି ଦର୍ଶକଙ୍କ ଉତ୍ସାହ ବଢିଯିବ । ବ୍ରାନ କେବଳ ଏଥିରେ ଡ୍ୟାନ୍ସ କରିବେ ନାହିଁ ବରଂ ସଲମାନଙ୍କ ଦବଙ୍ଗ ଡାଏଲଗ ଦୋହରାଇବେ ।
ଏଠାରେ ଆମେ କହି ରଖୁଛୁ ଯେ ଅନେକ ମେହନତ ପରେ ଏହି ଶୋ’ ଟିଆରପି ଚାର୍ଟକୁ ଆସିବାକୁ ସମ୍ଭବ ହୋଇଛି । ଦୁଇ ମାସ ପୂର୍ବେ ଆରମ୍ଭ ହୋଇଥିବା ଶୋ ପ୍ରଥମେ ଭଲ ଚାଲିଥିବା ବେଳେ ପରେ ଏହି ଶୋ’ର କ୍ରେଜ କମି ଯାଇଛି । ଏବେ ପୁଣିଥରେ ଶୋ’ ଠିକ ଭାବେ ଚାଲିଛି ।