Only for Entertainment

ଚର୍ଚ୍ଚାରେ ହଲିଉଡର ଆଉ ଏକ ସେଲିବ୍ରିଟି ଯୋଡି ଏମା-କୋର୍ଡ

Goss
0 102

ହଲିଉଡର ଆଉ ଏକ ସେଲିବ୍ରିଟି ଯୋଡିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ‘ପିପୁଲ ମାଗାଜିନ’ ସୂତ୍ର ଅନୁଯାୟୀ ‘ଗ୍ଲି’ ଷ୍ଟାର କୋର୍ଡ ଓଭରଷ୍ଟ୍ରିଟଙ୍କ ସହିତ ସମ୍ପର୍କ ଯୋଡିଛନ୍ତି ଅଭିନେତ୍ରୀ ଏମା ୱାଟସନ୍ । କିଛି ମାସ ହେଲା ଭଭୟେ ପରସ୍ପରକୁ ଡେଟ୍ କରୁଛନ୍ତି । କିନ୍ତୁ ଏନେଇ ସେମାନେ କାହା ସମ୍ମୁଖରେ ପ୍ରକାଶ କରିନାହାନ୍ତି ।

Emma-Watson-Dating-Chord-Overstreet

ଜଣେ ବନ୍ଧୁଙ୍କ ଜରିଆରେ ୨୯ ବର୍ଷୀୟ କୋର୍ଡଙ୍କ ସହ ୨୭ ବର୍ଷୀୟା ଏମାଙ୍କର ସାକ୍ଷାତ ହୋଇଥିଲା । ତେବେ ଦୁହିଁଙ୍କର ଯୋଡି ସାମାନ୍ୟ ଭିନ୍ନ ଦେଖାଯାଉଥିଲେ ସୁଦ୍ଧା ଉଭୟଙ୍କ ବ୍ୟକ୍ତିତ୍ୱରେ ଅନେକ ସମାନତା ରହିଛି । ନିକଟ ଅତୀତରେ ମଧ୍ୟାହ୍ନ ସମୟରେ ଦୁହେଁ ହାତ ଧରାଧରି ହୋଇ ଚାଲୁଥିବା ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା । ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଥିଲା । ସେହିପରି ଭେନିଟି ଫେୟାର ଓସ୍କାର ପାର୍ଟିରେ ମଧ୍ୟ ବନ୍ଧୁଙ୍କ ଗହଣରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଗତମାସରେ ଏକ କନସର୍ଟରେ ଏମା ଏବଂ କୋର୍ଡ ଏକାଠି ଯୋଗ ଦେବା ପରେ ପ୍ରଥମକରି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ଏହାପରେ ଅନେକବାର ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ପୂର୍ବତନ ପୁରୁଷବନ୍ଧୁ ଟେକ୍ ମ୍ୟାନେଜର ୱିଲିୟମ୍ ନାଇଟଙ୍କ ସହିତ ବତବର୍ଷ ନଭେମ୍ବରରେ ସମ୍ପର୍କ ତୁଟାଇଥିଲେ ଏମା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More