Only for Entertainment

ଏବେ ଏହି ଖାସ ଜାସୁସଙ୍କ ଭୂମିକାରେ ନଜର ଆସିବେ ଇମରାନ ହାସମୀ !

The Asian Age
0 37

ଅଭିନେତା ଇମରାନ ହାସମୀ ଏବେ ଏକ ରିଅଲ ଲାଇଫ ଜାସୁସଙ୍କ ଭୂମିକାରେ ନଜର ଆସିବେ । ଖବର ମୁତାବକ ଏହି ଭୂମିକା ଭାରତର ଏକ ଟପ ଡିଟେକ୍ଟିଭ ସୁର୍ଯ୍ୟକାନ୍ତ ଭାଣ୍ଡେ ପାଟିଲଙ୍କର ଅଟେ, ଯିଏକି ୧୨୦ରୁ ଉଦ୍ଧ୍ୱର୍ ଶିଶୁଙ୍କ ଅପଚାରଣ କେସକୁ ମାଗଣାରେ ସମାଧାନ କରିଥିଲେ । ଏହି ଫିଲ୍ମର ନାଁ ରହିଛି ‘ଫାଦର୍ସ ଡେ’ । ଏହା ଗୁଜୁରାଟୀ ଲେଖକ ପ୍ରଫୁଲ ଶାହଙ୍କ ବହି ‘ଦୃଶ୍ୟମ ଅଦୃଶ୍ୟମ’ରୁ ଆଧାରିତ । ଏହା ଏକ ବାପା ଏବଂ ପୁଅର ଆବେଗଭରା କାହାଣୀ ଅଟେ ।

ଇମରାନଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ବାଗଚୀ ଯିଏ ୩୦ରୁ ଉଦ୍ଧ୍ୱର୍ ବିଜ୍ଞାପନ ପ୍ରସ୍ତୁତ କରିଛନ୍ତି ଏବଂ ସେ ଏୟାର ଲିଫ୍ଟ, ପିଙ୍କ ଏବଂ ରେଡ ଭଳି ଫିଲ୍ମ ପାଇଁ ରିତେଶ ଶାହଙ୍କ ସହ ମିଳି ସ୍କ୍ରିନପ୍ଲେ ଏବଂ ଡାଏଲଗ ଲେଖିଛନ୍ତି । ଏହି ଫିଲ୍ମର ପ୍ରଡକ୍ସନ ଇମରାନ ହାସମୀ , ପ୍ରିୟା ଗୁପ୍ତା ଏବଂ କଳ୍ପନା ଉଡୟାର ମିଶି କରିଛନ୍ତି ।

ଏହି ଖବରକୁ କନଫର୍ମ କରି ଇମରାନ କହିଛନ୍ତି , ସୂର୍ଯ୍ୟକାନ୍ତ ଜିଙ୍କ ଷ୍ଟୋରୀ ହୃଦୟକୁ ଜିତିଲା ଭଳି ପ୍ରେରଣାଦାୟକ ମଧ୍ୟ ଅଟେ । ଏହି ଫିଲ୍ମରେ ସୂର୍ଯ୍ୟକାନ୍ତ ଜୀଙ୍କ ଭୂମିକାରେ ନଜର ଆସିବେ ଇମରାନ ।

ଏଠାରେ ଆମେ କହି ରଖୁଛୁ ଯେ ସିବିଲ ଇଂଜିଅନିୟର ସୂର୍ଯ୍ୟକାନ୍ତ ପୁଣେ ଏବଂ ମୁମ୍ବାଇର ପୁଲିସଙ୍କ ସହ ହଜି ଯାଇଥିବା ଶିଶୁଙ୍କ ସନ୍ଧାନରେ ସାହାଯ୍ୟ କରିଥିଲେ । ସେ ଏଥିପାଇଁ ଏକ ୱେବସାଇଟ ବନାଇଥିଲେ । ୧୯୯୯ରେ ନିଜର ଏକ ଏଜେନ୍ସି ଗଢିଥିଲେ । ବର୍ତ୍ତମାନ ସୂର୍ଯ୍ୟକାନ୍ତଙ୍କ ବୟସ ୫୫ବର୍ଷ ଅଟେ ଏବଂ ଇମରାନ ସୂର୍ଯ୍ୟକାନ୍ତଙ୍କ ୩୫ବର୍ଷ ବୟସ ସମୟର ଭୂମିକା ତୁଲାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More