Only for Entertainment

ପ୍ରତିଦିନ ବାଇଗଣ ଖାଇବା ଶରୀର ପାଇଁ ହିତକର, ଜାଣନ୍ତୁ ।

the financial express
0 48

ବିଶ୍ୱରେ ପ୍ରତି ୧୦ ଜଣରେ ୫ ଜଣ ବ୍ୟକ୍ତି ବାଇଗଣ ଖାଇଥାନ୍ତି । ସବୁଠାରୁ ଅଧିକ ଜାପାନ ଓ ଭାରତରେ ଏହି ପରିବାର ବ୍ୟବହାର ହୋଇଥାଏ । ଜାପାନରେ ଏହାକୁ ଆମିଶ ତରକାରି ସହ ରନ୍ଧାଯାଏ । ନିକଟରେ ଆମେରିକୀୟ ଗବେଷକଗଣ ପ୍ରକାଶ କରିଛନ୍ତି , ଦୈନିକ ବାଇଗଣ ଖାଇବା ଶରୀର ପାଇଁ ଭଲ ।

– ବାଇଗଣ ଭର୍ତ୍ତାରେ ଛୋଟ ଚାମଚରେ ଏକ ଚାମଚ ମହୁ ମିଶାଇ ଖାଇଲେ ସୁନିଦ୍ରା ହୁଏ । ତରକାରିରେ ଏହା ଖାଇବା ଖୁବ୍ ଲାଭ ପ୍ରଦ ।

– ବାଇଗଣ ସୁପରେ ହେଙ୍ଗୁ ଓ ରସୁଣ ସମପରିମାଣର ମିଶାଇ ପିଇଲେ ଅମ୍ଲ ରୋଗରୁ ରକ୍ଷା ମିଳେ ।

– ଆଫ୍ରିକୀୟ ଆଦିବାସୀଙ୍କ ମତରେ ବାଇଗଣ ପୋଡାକୁ ଗୋଟା ଖାଇଲେ କାଶ ସମସ୍ୟାରୁ ମୁକ୍ତି ମିଳେ । ସକାଳୁ ଖାଲି ପେଟରେ ବାଇଗଣ ଭର୍ତ୍ତାରେ ଅଳ୍ପ ଚିନି ମିଶାଇ ଖାଇଲେ ରକ୍ତଜନିତ ରୋଗର ଆଶଙ୍କା କମ୍ ହୁଏ । ଗବେଷକଙ୍କ ମତରେ ବିଷାକ୍ତ ଛତୁ ଖାଇଦେଲେ ,ଗୋଟା ବାଇଗଣକୁ ଚକଟି ତୁରନ୍ତ ଖାଇଲେ ବିଷ କ୍ରିୟା ପ୍ରଭାବହୀନ ହୋଇଥାଏ ।

– ଏଥିରେ ଖାଦ୍ୟ ତନ୍ତୁ ପ୍ରଚୁର ପରିମାଣରେ ଥାଏ । ଟାଇପ୍-୨ ମଧୁମେହ ରୋଗୀ ଏହାକୁ ନିୟମିତ ଖାଇଲେ ଶର୍କରା ନିୟନ୍ତ୍ରଣରେ ରହେ ।

– ହୃଦରୋଗୀଙ୍କ ପାଇଁ ଏହା ଉତ୍ତମ ପରିବା ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More