Only for Entertainment

ଔଷଧ ଭଳି କାମ କରେ ଭିଜା କିସମିସ

fashionlady
148

କିସମିସ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ।ଶୀତଦିନେ କିସମିସ୍ ସେବନ କରିବା ଦ୍ୱାରା ଅନେକ ରୋଗରୁ ରକ୍ଷା ପାଇ ପାରିବେ । ଏଥିରେ ଭରପୁର ମାତ୍ରାରେ ଆୟରନ, ପୋଟାସିୟମ, କ୍ୟାଲସିୟମ,ମ୍ୟାଗ୍ନେସିୟମ ଏବଂ ଫାଇବର ଥାଏ । କିସମିସ୍ କୁ ମୁଖ୍ୟତଃ ଖିରୀ ଏବଂ ମିଠା ଆଦିରେ ବ୍ୟବହାର କରାଯାଏ । ଏହା ପାଟିକୁ ଯେପରି ସ୍ୱାଦିଷ୍ଟ  ସେହିପରି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । ଅନେକ ଲୋକ ଖାଲିରେ କିସମିସ୍ କୁ ଖାଇ ଦେଇଥାନ୍ତି । କିନ୍ତୁ କିସମିସ୍ କୁ ରାତି ସାରା ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ଶରୀର ପାଇଁ ବହୁ ଗୁଣରେ ଉପଯୋଗୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ..

କିସମିସ୍ କୁ ରାତି ସାରା ପାଣିରେ ଭିଜାଇ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ପ୍ରକୃତରେ କିସମିସ୍ ରେ  ଥିବା ପୋଟାସିୟମ ଶରୀରରେ ଲୁଣର ମାତ୍ରାକୁ ସନ୍ତୁଳନ ରଖି ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

କିସମିସ୍ ରେ ଭରପୁର ମତ୍ରାରେ ଫାଇବର ଥାଏ । ସେଥିପାଇଁ ପାଚନ କ୍ରିୟାକୁ ସଠିକ୍ କରିବା ପାଇଁ ୨ରୁ ୪ଟି କିସମିସ୍ କୁ ରାତିରେ ପାଣିରେ ଭିଜାଇ ରଖନ୍ତୁ । ସକାଳୁ ଉଠି ଖାଲି ପେଟରେ କିସମିସ୍ କୁ ଖାଇବା ଦ୍ୱାରା ସେହି ପାଣିକୁ ପିଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ପାଚନ ପ୍ରକ୍ରିୟା ସଠିକ୍ ହୋଇଥାଏ ।

କିସମିସ୍ ରେ ସମସ୍ତ ନ୍ୟୁଟ୍ରିଏଣ୍ଟସ୍ ଥାଏ । ଯାହା ୟୁମିନିଟିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଶୀତଦିନେ ନିୟମିତ କିସମିସ୍ ସେବନ କରିବା ଦ୍ୱାରା ସଂକ୍ରମଣରୁ ରକ୍ଷା ମିଳିଥାଏ ।

କିସମିସ୍ ରେ ପ୍ରାକୃତିକ ମିଠା ଥାଏ । ଏହା ସୁଗାର ମାତ୍ରାକୁ ନିୟନ୍ତ୍ରଣରେ ରଖେ ଏବଂ ଓଜନ ହ୍ରାସ କରିବାରେ ଫାଇଦା ହୋଇଥାଏ ।
ହାଡ ମଜବୁତ କରିବାରେ ମଧ୍ୟ କିସମିସ୍ ଖୁବ୍ ଉପଯୋଗୀ । ଏଥିରେ କ୍ୟାଲସିୟମ ଥିବା ହେତୁ ଏହାକୁ ପାଣିରେ ଭିଜାଇ ଖାଇବା ଦ୍ୱାରା ନ୍ୟୁଟ୍ରିଏଣ୍ଟସରୁ ଶରୀରକୁ ଅନେକ ଫାଇଦା ହୋଇଥାଏ ।

ଶରୀରରେ ଲାଲ ରକ୍ତ କଣିକା ସୃଷ୍ଟି ହେବାରେ ଆୟରନର ମୁଖ୍ୟ ଭୂମିକା ଥାଏ । କିସମିସ୍ ରେ ଆୟରନ ପ୍ରଚୁର ମାତ୍ରାରେ ଥିବା ହେତୁ ଏହାକୁ ପାଣିରେ ଭିଜାଇ ଖାଇବା ଦ୍ୱାରା ରକ୍ତ ଅଭାବ ଦୂର ହୋଇଥାଏ ।

ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ୍-ଏ ଏବଂ ବିଟା କ୍ୟାରୋଟିନ୍ ଯୁକ୍ତ କିସମିସ୍ ରେ ସମସ୍ତ ପ୍ରକାର ନ୍ୟୁଟ୍ରିଏଣ୍ଟସ୍ ଥାଏ । ଯାହା ଦୃଷ୍ଟି ଶକ୍ତି ପ୍ରଖର କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More