Only for Entertainment

ପ୍ରସ୍ତୁତ କରନ୍ତୁ ଚିକେନ ଟିକା ରେସିପି

indianhealthy
101

ତନ୍ଦୁରୀ ଚିକେନ ଟିକା ଖୁବ ଲୋକପ୍ରିୟ ଷ୍ଟାର୍ଟର । ଏହା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ପ୍ରସିଦ୍ଧ । ତେବେ ଏହାକୁ କିଭଳି ପ୍ରସ୍ତୁତ କରିବେ ଆସନ୍ତୁ ଆଲୋଚନା କରିବା ।

ପ୍ରଥମେ ଏକ ପାତ୍ରରେ ଦହି ନିଅନ୍ତୁ । ସେଥିରେ ଲଙ୍କା ଗୁଣ୍ଡ, ହଳଦୀ, ଗରମ ମସଲା, କସ୍ତୁରୀ ମେଥି ଏବଂ ଧନିଆ ଗୁଣ୍ଡ ପକାନ୍ତୁ । ଏହାପରେ ଲେମ୍ବୁ ରସ, ଲୁଣ ଓ ତେଲ ପକାନ୍ତୁ । ଏବେ ଏଥିରେ କ୍ୟୁବ ଚିକେନକୁ ମିଶାନ୍ତୁ । ଏହାକୁ ୧୨ ଘଂଟା ପାଇଁ ଫ୍ରିଜରେ ରଖନ୍ତୁ । ଏହା ଦ୍ୱାରା ଖୁବ ସ୍ୱାଦିଷ୍ଟ ଲାଗିଥାଏ । ତେବେ ତତକ୍ଷଣାତ କରିବାକୁ ଚାହୁଁଥିଲେ ଅଧ ଘଂଟା ମ୍ୟାରିନେଟ କରନ୍ତୁ । ଏବେ ଏକ ଟ୍ରେ ନିଅନ୍ତୁ । ସେଥିରେ ଫୋଏଲ ଲାଇନ ପେପର ରଖନ୍ତୁ । ଏହା ଉପରେ ମ୍ୟାରିନେଟ ଚିକେନକୁ ସ୍କ୍ୱିୟରରେ ଲଗାଇ ରଖନ୍ତୁ । ୧୫ ମିନିଟ ପାଇଁ ଓଭନକୁ ପ୍ରି ହିଟ କରନ୍ତୁ । ଏବେ ଚିକେନକୁ ୨୦ ରୁ ୩୦ ମିନିଟ ପର୍ଯ୍ୟନ୍ତ ଓଭନରେ ରଖନ୍ତୁ । ଏହାକୁ ମଝିରେ ଚେକ କରିବା ଉଚିତ । ଲାଷ୍ଟ ୩ରୁ ୪ ମିନିଟ ଏହାକୁ ଉପର ର୍ୟାକକୁ ନେଇ ଯାଆନ୍ତୁ । ହେବା ପରେ ବାହାର କରି ଏହାକୁ ପୋଦିନା ଚଟଣୀ ବା ଅନ୍ୟ କୌଣସି ସସ ସହିତ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More