Only for Entertainment

ଗାଈ ଗୋବରରୁ ପ୍ରସ୍ତୁତ ହେଲା ଫ୍ୟାଶନେବଲ ଡ୍ରେସ । ମିଳିଲା ଗ୍ଲୋବାଲ ଆୱାର୍ଡ଼ ।

punjabkesari
0 43

ନେଦରଲ୍ୟାଣ୍ଡର ଜଣେ ମହିଳା ଗାଈର ଗୋବରରୁ ଫ୍ୟାଶନେବଲ ଡ୍ରେସ ପ୍ରସ୍ତୁତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ବାସ୍ତବରେ ଏଠାରେ ଏକ ଷ୍ଟାର୍ଟଟପ ଗାଈର ଗୋବରରୁ ସେଲ୍ୟୁଲୋଜ ଅଲଗା କରି ଫ୍ୟାଶନେବଲ ଡ୍ରେସ ପ୍ରସ୍ୁତ କରିବାର ପ୍ରଣାଳୀ ଖୋଜି ବାହାର କରିଛନ୍ତି । ଏହି ଷ୍ଟାର୍ଟଅପ ବାୟୋଆର୍ଟ ଲ୍ୟାବ ଜଲିଲା ଏସାଇଦି ଚଳାଉଛନ୍ତି । ସେଲ୍ୟୁଲୋଜରୁ ଯେଉଁ ଫ୍ୟାବ୍ରିକ ପସ୍ତୁତ କରାଯାଉଛି ତାହାକୁ ‘ମେଷ୍ଟିକ’ ନାମ ଦିଆଯାଇଛି । ଏଥିରୁ ସର୍ଟ ଏବଂ ଟପ ଡ୍ରେସ ପ୍ରସ୍ତୁତ କରାଯାଏ । ଷ୍ଟାର୍ଟଅପ ଗୋବରର ସେଲ୍ୟୁଲୋଜରୁ ବାୟୋ ଡିଗ୍ରେଡେବଲ ପ୍ଲାଷ୍ଟିକ ଏବଂ ପେପର ପ୍ରସ୍ତୁତ କରିବାରେ ମଧ୍ୟ ସଫଳତା ହାସଲ କରିଛନ୍ତି ।

ଏସାଇଦିର କହିବା ଅନୁସାରେ ଏହା ଫ୍ୟୁଚର ଫ୍ୟାବ୍ରିକ । ଆମେ ଗୋବରକୁ ଖରାପ ଏବଂ ଗନ୍ଧ ହେଉଥିବା ମ୍ୟାଟେରିଆଲ ବୋଲି ମାନିଥାଉ । କିନ୍ତୁ ଫ୍ୟାବ୍ରିକ ପ୍ରସ୍ତୁତ କରିବା ସମୟରେ ପ୍ରଥମେ ଯେଉଁ ତେଲର ବ୍ୟବହାର କରାଯାଏ ତାହା ମଧ୍ୟ ଏତେ ଭଲ ହୋଇ ନଥାଏ । ଆମକୁ ଗୋବରରେ ଲୁଚି ରହିଥିବା ସୁନ୍ଦରତାକୁ ଦୁନିଆକୁ ଦେଖାଇବାକୁ ପଡ଼ିବ । ଏସାଇଦି ଏବେ ପ୍ରାୟ ୧୫ ଜଣ କୃଷକଙ୍କ ସହିତ କାମ କରୁଛନ୍ତି । ସେ ଏହି ବର୍ଷ ଔଦ୍ୟୋଗିକ ସ୍ତରରେ ମେନ୍ୟୋର ରିଫାଇନାରି ୟୁନିଟ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଇନୋଭେସନ ପାଇଁ ତାଙ୍କୁ ୨ ଲକ୍ଷ ଡଲାର ସହିତ ଗ୍ଲୋବାଲ ଆୱାର୍ଡ଼ ମଧ୍ୟ ମିଳିଛି ।

କ୍ଲୋଦିଙ୍ଗ ରିଟେଲରର କମ୍ୟୁନେକସନ ମ୍ୟାନେଜରଙ୍କ କହିବା ଅନୁସାରେ ଦୁନିଆରେ ପତ୍ୟେକଟି କାମ ପାଇଁ ପ୍ରାକୃତିକ ପଦାର୍ଥର ବ୍ୟବହାର କରାଯାଉଛି । ତେଣୁ ଖୁବଶୀଘ୍ର ଏହାକୁ ମଧ୍ୟ ସିଫ୍ଟ ହେବା ଉଚିତ । ଏଥିରେ ଥିବା ଜରୁରୀ ମ୍ୟାଟେରିଆଲକୁ ରିକୋଭରି କରାଯାଇପାରିବ । କେବଳ କଟନକୁ ଭରସା କରିହେବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More