Only for Entertainment

ନିର୍ମାଣ ହେବ ଫିଲ୍ମ ‘କରନ- ଅର୍ଜୁନ’ର ସିକ୍ୱେଲ, ସଲମାନ- ଶାହରୁଖଙ୍କ ସ୍ଥାନରେ ଦେଖିବାକୁ ମିଳିବ ଏହି ଯୋଡିକୁ ।

DNA India
0 34

ସୁପରହିଟ ଫିଲ୍ମ ‘କରନ- ଅର୍ଜୁନ’ ୧୯୯୫ରେ ରିଲିଜ ହୋଇଥିଲା । ଫିଲ୍ମରେ ବଲିଉଡର ଦୁଇ ଖାନ ସଲମାନ ଏବଂ ଶାହରୁଖଙ୍କୁ ଦେଖିବାକୁ ମିଳିଥିଲା । ଦର୍ଶକ ମଧ୍ୟ ଦୁଇ ଖାନଙ୍କ ଯୋଡିକୁ ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାକେଶ ରୋଶନ । ଖବର ଅନୁସାରେ ଏହି ଫିଲ୍ମ ଦ୍ୱିତୀୟ ଭାଗ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି । ଆଜ୍ଞା ହଁ ଆପଣ ପୁଣିଥରେ ଏହି ସୁପରହିଟ ଫିଲ୍ମର ସିକ୍ୱେଲକୁ ପରଦାରେ ଦେଖିବାକୁ ପାଇବେ ।

rk

ଫିଲ୍ମ ନିର୍ମାତା କରଣ ଜୋହର ଏହି ଫିଲ୍ମର ଦ୍ୱିତୀୟ ଭାଗ ତିଆରି କରିବାକୁ ନିଷ୍ପତି ନେଇଛନ୍ତି । କରଣ ଫିଲ୍ମରେ ସଲମାନ ଶାହରୁଖଙ୍କ ବଦଳରେ ରଣବୀର କପୁର ଏବଂ ରଣବୀର ସିଂଙ୍କୁ ନେବା ପାଇଁ ସ୍ଥିର କରିଛନ୍ତି । ଯଦି ଏହି ଖବର ସତ ହୁଏ ତେବେ ପ୍ରଥମ ଥର ପାଇଁ ଏହି ଯୋଡିଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଫିଲ୍ମରେ ଜୟା ବଚ୍ଚନ ଏବଂ ଦିଶା ପଟ୍ଟାନୀଙ୍କୁ ଦେଖିବାକୁ ମିଳିବ ।

ନିକଟରେ ରଣବୀର କପୁର କହିଥିଲେ ଯେ ଯଦି ଭଲ ସ୍କ୍ରିପ୍ଟ ମିଳେ ତେବେ ସେ ରଣବୀର ସିଂଙ୍କ ସହିତ କାମ ନିଶ୍ଚୟ କରିବେ । ଫିଲ୍ମ ବିଷୟରେ କହିବାକୁ ଗଲେ ରଣବୀର କପୁର ଏବେ ନିଜର ଅପକମିଂ ଫିଲ୍ମ ‘ସଂଜୁ’ର ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ରଣବୀର ସିଂ ନିଜର ଆଗାମୀ ଫିଲ୍ମ ‘ସିମ୍ବା’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More