ଲାଇଭ ଶୋ’ ଚାଲିଥିବା ବେଳେ ଆଙ୍କରଙ୍କ ଉପରେ ପଡିଲା ନିଆଁ ଗୋଳା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ !
ଲାଇଭ ଶୋ’ ଚାଲିଥିବା ବେଳେ ଆଙ୍କରଙ୍କ ସହ ଅନେକ ଅଜବ ଗଜବ ଘଟଣା ଘଟିଥାଏ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଅନେକ ସମୟରେ ଆଙ୍କର ଅନ୍ୟ ଆଙ୍କରଙ୍କ ସହ ଝଗଡା କରୁଥିବା ଭିଡିଓ ଭାଇରାଲ ତ କେହି ଆଙ୍କର ଭୂଲ ନ୍ୟୁଜ ପଢି ଭିଡିଓ ଭାଇରାଲ । ମାତ୍ର ଏଠାରେ ଆଙ୍କରଙ୍କ ସହ ଘଟିଛି କିଛି ଅଦ୍ଭୁତ ଘଟଣା ।
ଟିଭି ଷ୍ଡୁଡିଓରେ ଲାଇଭ୍ ବିତର୍କ ବେଳେ ଜଣେ ଆଙ୍କର ସହ ଘଟିଛି ଅଜବ ଘଟଣା। ଲାଇଭ୍ ଶୋ’ ଚାଲିଥିବା ବେଳେ ହଠାତ୍ ଏକ ଜଳନ୍ତା ନିଆଁ ଗୋଳା ଆଙ୍କରଙ୍କ ଉପରେ ଖସି ପଡ଼ିଥିଲା। ଏଥିରୁ ରକ୍ଷା ପାଇବା ପାଇ ଆଙ୍କର ଜଣଙ୍କ ବିତର୍କରେ ସାମିଲ ଥିବା ଗେଷ୍ଟକୁ ଛାଡ଼ି ଦୌଡ଼ିଥିଲେ। ଏହି ଘଟଣାଟି ପାକିସ୍ତାନରେ ଘଟିଥିବା ବେଳେ ଏହାର ଭିଡିଓ ଇଣ୍ଟରନେଟ୍ରେ ଭାଇରାଲ୍ ହେବାରେ ଲାଗିଛି।
What just happened with this news anchor? pic.twitter.com/RoYLekEit0
— Naila Inayat (@nailainayat) December 5, 2018
ପାକିସ୍ତାନର ଏକ ଟିଭି ଚ୍ୟାନେଲ୍ରେ ଆତଙ୍କବାଦ ପ୍ରସଙ୍ଗରେ ଜଣେ ଆଙ୍କର ଅତିଥିମାନଙ୍କ ସହ ଆଲୋଚନା କରୁଥିଲେ। ଏହାର ସିଧାପ୍ରସାରଣ ମଧ୍ୟ ଚାଲିଥିଲା। ଏହି ବିତର୍କ କାର୍ଯ୍ୟକ୍ରମରେ ଆଙ୍କର ଜଣଙ୍କ ଷ୍ଡୁଡିଓରେ ଉପସ୍ଥିତ ଗେଷ୍ଟଙ୍କୁ ପ୍ରଶ୍ନ କରିଥିଲେ। ତେବେ ଏହି ସମୟରେ ହଠାତ୍ ଏକ ଜଳନ୍ତା ନିଆଁଗୋଳା ତାଙ୍କ ଉପରେ ଖସି ପଡ଼ିଥିଲା। ନିଆଁ କବଳରୁ ଆଙ୍କର ଜଣଙ୍କ ରକ୍ଷା ପାଇବା ପାଇଁ ସିଟ୍ ଛାଡ଼ି ତୁରନ୍ତ ଦୌଡ଼ି ପଳାଇଥିଲେ।