Only for Entertainment

ଜାଣନ୍ତୁ ବାନାନା ଫ୍ରେଞ୍ଚ ଟୋଷ୍ଟ ପ୍ରସ୍ତୁତି ପ୍ରଣାଳୀ

Taste
26

ସାମଗ୍ରୀ-

୩ଟି ପାଚିଲା କଦଳୀ, ୧୦ ଖଣ୍ଡ ବ୍ରେଡ୍‌, ୨ ଚାମଚ ଚିନି, ଅଧ କପ୍‌ କ୍ଷୀର, ୧ କପ୍‌ ମଇଦା, ୨ ଚାମଚ ଭାନିଲା ଏସେନ୍ସ, ୧ ଚାମଚ ଲହୁଣୀ, ପାଉଡର ଚିନି ୨ ଚାମଚ।

ପ୍ରସ୍ତୁତି ପ୍ରଣାଳୀ-

ମିକ୍ସର ଗ୍ରାଇଣ୍ଡରରେ ମଇଦା, ୨ଟି କଦଳୀ, ଚିନି ଏବଂ ଭାନିଲା ଏସେନ୍ସକୁ ମିଶାଇ ଏକ ଗାଢ଼ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣର କ୍ଷୀର ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏକ ଫ୍ରାଏ ପ୍ୟାନ୍‌କୁ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ। ଏଥିରେ ଲହୁଣୀ ପକାନ୍ତୁ। ଏବେ ଏକ ବ୍ରେଡ୍‌ ଖଣ୍ଡ ନେଇ ମଇଦା ଓ କଦଳୀରେ ପ୍ରସ୍ତୁତ ମିଶ୍ରଣରେ ବୁଡ଼ାନ୍ତୁ। ଏବେ ଏହାକୁ ଫ୍ରାଏ ଫ୍ୟାନ୍‌ରେ ଭଲ ଭାବେ ଏପଟ ସେପଟ କରନ୍ତୁ। ବ୍ରେଡ୍‌ର ଉଭୟ ପାର୍ଶ୍ବ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।

ସମସ୍ତ ବ୍ରେଡ୍‌କୁ ସମାନ ଭାବେ ଫ୍ରାଏ କରନ୍ତୁ। ଟିସୁ ପେପର କିମ୍ବା କିଚେନ୍‌ ଟାୱେଲରେ ବାହାର କରି ରଖନ୍ତୁ। ଯାହାଫଳରେ ଅତିରିକ୍ତ ଲହୁଣୀ ବାହାରିଯିବ। ଏବେ ପ୍ରସ୍ତୁତ ହୋଇଗଲା ବାନାନା ଫ୍ରେଞ୍ଚ ଟୋଷ୍ଟ। କଟା ହୋଇଥିବା କଦଳୀ ଓ ଚିନି ଗୁଣ୍ଡ ଉପରେ ପକାଇ ଗରମ ଗରମ ଖାଆନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More