Only for Entertainment

ବକ୍ସ ଅଫିସରେ ସତ୍ୟମେବ ଜୟତେକୁ ପଛରେ ପକାଇଲା ଗୋଲ୍ଡ, ଜାଣନ୍ତୁ କେତେ ରହିଛି ବିଜନେସ ।

aajtak
0 42

ବକ୍ସ ଅଫିସର ରେସରେ ଅକ୍ଷୟ କୁମାରଙ୍କ ଫିଲ୍ମ ଗୋଲ୍ଡ ଜନ ଆବ୍ରାହିମଙ୍କ ଫିଲ୍ମ ସତ୍ୟମେବ ଜୟତେକୁ ପଛରେ ପକାଇ ମାଜି ମାରିଛି । ଫଷ୍ଟ ଡେ କଲେକ୍ସନ ମାମଲାରେ ଅକ୍ଷୟ ଜନଙ୍କ ଠାରୁ ଆଗକୁ ବାହାରି ଯାଇଛନ୍ତି । ଦେଶର ପ୍ରଥମ ଅଲମ୍ପିକ ଗୋଲ୍ଡ ମେଡଲର କାହାଣୀ ଦର୍ଶାଇଥିବା ଫିଲ୍ମ ଗୋଲ୍ଡ ପ୍ରଥମ ଦିନରେ ୨୫ କୋଟି ୨୫ ଲକ୍ଷ ଟଙ୍କା ଇନକମ କରିଛି । ଏହା ସହିତ ଗୋଲ୍ଡ ଏ ବର୍ଷର ତୃତୀୟ ସବୁଠାରୁ ଅଧିକ ଫଷ୍ଟ ଡେ କଲେକ୍ସନ କରିଥିବା ଫିଲ୍ମ ହୋଇସାରିଛି ।

ପ୍ରଥମ ସଂଖ୍ୟାରେ ସଂଜୟ ଦତ୍ତଙ୍କ ବାୟୋପିକ ଏବଂ ରଣବୀର କପୁର ଷ୍ଟାରର ଫିଲ୍ମ ସଂଜୁ ଏବଂ ଦ୍ୱିତୀୟରେ ସଲମାନ ଖାନଙ୍କ ରେସ ଥ୍ରି ରହିଛି । ସତ୍ୟମେବ ଜୟତେ ପ୍ରଥମ ଦିନରେ ୨୦ କୋଟି ୫୨ ଲକ୍ଷ ଇନକମ କରିଛି । ସତ୍ୟମେବ ଜୟତେର ବିଜନେସ ଯଦିଓ ଗୋଲ୍ଡ ଠାରୁ କମ ରହିଛି ତଥାପି ରେକର୍ଡ଼ କରିବା ମାମଲାରେ ଏହା ପଛରେ ରହିନାହିଁ । ତେବେ ଗୋଲ୍ଡ ଏ ସାର୍ଟିଫିକେଟ ପାଇଥିବା ଫିଲ୍ମ ହୋଇସାରିଛି । ସତ୍ୟମେବ ଜୟତେ ୫ମ ସ୍ଥାନରେ ରହିଥିବା ସମୟରେ ଟାଇଗର ସ୍ରଫଙ୍କ ବାଗୀ ଟୁ ୪ର୍ଥ ସ୍ଥାନରେ ରହିଛି । କୁହାଯାଇପାରେ ଦୁଇଟି ଫିଲ୍ମ ଗୋଟିଏ ଦିନରେ ରିଲିଜ ହେବା ଦ୍ୱାରା ଖୁବ ଲାଭ ମଧ୍ୟ ହୋଇଛି । ସତ୍ୟମେବ ଜୟତେ ଜନଙ୍କର ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଇନକମ କରିଥିବା ପ୍ରଥମ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More