ପଂଜାବୀ ସିଙ୍ଗର ଗୁରୁ ରାନ୍ଧୱାଙ୍କ ଗୀତ ସାମ୍ନାକୁ ଆସିବା ମାତ୍ରେ ଏହା ଇଣ୍ଟରନେଟରେ ଛାଇ ରହିଥାଏ । ଏହି କ୍ରମରେ ତାଙ୍କର ଆଉ ଏକ ଗୀତ ସାମିଲ ହୋଇଛି । ନିକଟରେ ରିଲିଜ ହୋଇଥିବା ଗୁରୁ ରାନ୍ଧୱାଙ୍କ ଗୀତ ‘ଆଜା ନି ଆଜା’ ଏବେ ୟୁଟ୍ୟୁବରେ ନମ୍ବର ୫ରେ ଟ୍ରେଣ୍ଡ କରୁଛି । ଗୋଟିଏ ଦିନରେ ଗୀତକୁ ୫,୨୨୫,୬୧୯ ଭ୍ୟୁଜ ମିଳିସାରିଛି ।
ଖବର ଅନୁସାରେ ଆଗାମୀ ପଂଜାବୀ କମେଡି ଫିଲ୍ମ ‘ମର ଗୟେ ଓୟେ ଲୋକୋ’ର ଏହି ଗୀତକୁ ଗୁରୁ ରାନ୍ଧୱା ଭଏସ ଦେବା ସହିତ ମ୍ୟୁଜିକ କମ୍ପୋଜ ମଧ୍ୟ କରିଛନ୍ତି । ଏହା ସହିତ ଗୀତର ଲିରିକ୍ସ ମଧ୍ୟ ଖୋଦ ଗୁରୁ ରାନ୍ଧୱା ଲେଖିଛନ୍ତି । ଏହି ଫିଲ୍ମ ୩୧ ଅଗଷ୍ଟରେ ରିଲିଜ ହେବ ।
ଦେଖନ୍ତୁ ଭିଡିଓ-