ମୁଖା ପିନ୍ଧି ଲୋକମାନଙ୍କୁ ମାରୁଥିବା ସିରିଅଲ କିଲର ପୁଲିସ ବନ୍ଦୀରୁ ଫେରାର ହୋଇଯାଇଛି । ଲୋକମାନଙ୍କୁ ନୃଶଂସ ଭାବେ ହତ୍ୟା କରୁଥିବା ଏହି ସିରିଅଲ କିଲର ଫେରାର ହେବା ଖବରରେ ସାରା ସହରରେ ଏକ ପ୍ରକାର ଭୟ ଖେଳି ଯାଇଛି । ଏହା ସତରେ ହୋଇଛି ମାତ୍ର ଏହା ରିଅଲ ଲାଇଫରେ ନୁହେଁ ରିଲ ଲାଇଫରେ ଘଟିଛି ।
ଆଜ୍ଞା ହଁ, ଫିଲ୍ମ‘ହାଲେୱିନ’ର ସିରିଜ ୧୧ ରିଲିଜ ହୋଇଛି ଏଥର ମଧ୍ୟ ମର୍ଡର ଏବଂ ରକ୍ତ ରଂଜିତର ଭରପୂର ଖେଳ ଦେଖିବାକୁ ମିଳିବ ଏହି ଫିଲ୍ମରେ, କାରଣ ମାଇକଲା ମାୟର୍ସ ପୁଣିଥରେ ନିଜର ମୁଖା ଏବଂ ଛୁରୀ ହାସିଲ କରିସାରିଛନ୍ତି ଏବଂ ନିଜ ଶିକାରର ତଲାସରେ ବାହାରି ପଡିଛନ୍ତି ।