Only for Entertainment

ଶ୍ରୀଦେବୀଙ୍କ ବାୟୋପିକରେ ନଜର ଆସିପାରନ୍ତି ଏହି ଅଭିନେତ୍ରୀ, ନିର୍ଦ୍ଦେଶକ ହଂସଲ ମେହତା ଦେଲେ ସଂକେତ

Times Now Hindi
0 45

୨୪ ଫେବୃୟାରୀ ରାତିରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କ ନିଧନ ହେବାପରେ ବଲିଉଡର ଅନେକ ନିର୍ଦ୍ଦେଶକ ତାଙ୍କ ବାୟୋପିକ ନିର୍ମାଣ କରିବା ପାଇଁ ସଂକେତ ଦେଇଛନ୍ତି । ରିପୋର୍ଟ ଅନୁସାରେ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ହଂସଲ ମେହତା ଖୁବ ଶୀଘ୍ର ଶ୍ରୀଦେବୀଙ୍କ ଜୀବନ ଉପରେ ଫିଲ୍ମ କରିବାକୁ ଯାଉଛନ୍ତି । ଏବଂ ଏହି ଫିଲ୍ମରେ ଶ୍ରୀଦେବୀଙ୍କ ଚରିତ୍ରରେ ବିଦ୍ୟା ବାଲାନ ନେବା ପାଇଁ ସେ ପ୍ରସ୍ତୁତି ଚଳାଇଛନ୍ତି ।

ରିପୋର୍ଟ ଅନୁସାରେ ହଂସଲ ମେହତା ନିଜର ଏକ ପ୍ରେଜେକ୍ଟରେ ଶ୍ରୀଦେବୀଙ୍କୁ ନେବା ପାଇଁ ଚାହୁଁଥିଲେ କିନ୍ତୁ ଏହା ପୂର୍ବରୁ ତାଙ୍କର ନିଧନ ହୋଇଗଲା । ହଂସଲ ଏକ ସାକ୍ଷାତକାରରେ କହିଥିଲେ, ‘ଶ୍ରାଦେବୀଙ୍କୁ ମୁଁ ଫିଲ୍ମ ବିଷୟରେ କେବେ କହିପାରିଲି ନାହିଁ । କିନ୍ତୁ ବର୍ତ୍ତମାନ ତାଙ୍କ ଉପରେ ଫିଲ୍ମ ନିଶ୍ଚିତ ନିର୍ମାଣ କରିବି ।’ ସୂଚନା ଅନୁସାରେ ହଂସଲଙ୍କର ଏହି ଫିଲ୍ମ କୌଣସି ପୁସ୍ତକ ଉପରେ ଆଧାରିତ ହୋଇପାରେ କିନ୍ତୁ ଏହା ବିଷୟରେ ସେ କିଛି କହିବା ପାଇଁ ସିଧା ସିଧା ମନା କରିଦେଇଥିଲେ ।

Vidya-Sridevi

ହଂସଲଙ୍କ କହିବା ଅନୁସାରେ ଏହି ଫିଲ୍ମ ପାଇଁ ମୋ ମନରେ ଅନେକ କଳାକାର ଅଛନ୍ତି । କିନ୍ତୁ ଏଥିପାଇଁ ମୁଁ ବିଦ୍ୟାଙ୍କ ସହିତ ଅଲୋଚନା କରିବି ।

ଉଲ୍ଲେଯୋଗ୍ୟ ଯେ ବିଦ୍ୟା ଏବଂ ଶ୍ରୀଦେବୀ ଦୁହେଁ ଦୁହିଁଙ୍କୁ ଖୁବ ପସନ୍ଦ କରୁଥିଲେ । ଫିଲ୍ମ ‘ତୁହ୍ମାରୀ ସୁଲୁ’ରେ ବିଦ୍ୟା ଶୀଦେବୀଙ୍କ ଗୀତ ‘ହୱା ହୱାଇ’ରେ ନଜର ଆସିଥିଲେ । ଏବଂ ଶ୍ରାଦେବୀଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ବିଦ୍ୟାଙ୍କୁ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More