Only for Entertainment

ଶାହାରୁଖଙ୍କ ଜନ୍ମଦିନ: ଫ୍ୟାନ୍ସଙ୍କୁ ଦେଖି ମନ୍ନତର ବାଲକୋନିକୁ ଆସିଲେ କିଙ୍ଗ ଖାନ ।

aajtak
63

ଆଜି ମାନେ ନଭେମ୍ବର ୨ରେ ଶାହାରୁଖଙ୍କ ଜନ୍ମଦିନ । ଜନ୍ମଦିନ ପାଇଁ କିଛି ଦିନ ପୂର୍ବରୁ ଖୁବ ପ୍ରସ୍ତୁତି ଚାଲୁଥିଲା । ଖୁବ ଆଡ଼ମ୍ବର ଭାବରେ ସଜାଯାଇଛି ଶାହାରୁଖଙ୍କ ମନ୍ନତକୁ । ରାତି ୧୨ଟା ପୂର୍ବରୁ ତାଙ୍କ ଘର ବାହାରେ ଫ୍ୟାନ୍ସ ଭିଡ଼ ଜମିଥିଲା । ଶାହାରୁଖଙ୍କୁ ଶୁଭେତ୍ସା ଜଣାଇବା ପାଇଁ ଫ୍ୟାନ୍ସ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଠିକ ୧୨ଟାରେ ଶାହାରୁଖ ଘରର ବାଲକୋନିକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ।

ଶାହାରୁଖଙ୍କୁ ଦେଖି ଖୁସିରେ ଲୋକ ଚିତ୍କାର କରିବାକୁ ଲାଗିଲେ । ଶାହାରୁଖ ମଧ୍ୟ ଲୋକଙ୍କ ଭଲପାଇବା ଦେଖି ଖୁବ ଖୁସି ହୋଇଗଲେ । ଛାତ ଉପରେ ଥାଇ ସମସ୍ତଙ୍କୁ ଫ୍ଲାଇଙ୍ଗ କିସ ଦେଲେ ବାଦଶାହ । ପ୍ରତିବର୍ଷ ଶାହାରୁଖଙ୍କ ଜନ୍ମଦିନରେ ଏଭଳି ନଜାରା ଦେଖିବାକୁ ମିଳିଥାଏ ମନ୍ନତ ବାହାରେ । ଇଦ ମୌକାରେ ମଧ୍ୟ ଶାହାରୁଖଙ୍କ ଘର ବାହାରେ ଏହିଭଳି ଭିଡ଼ ଜମିଥାଏ । ଏ ବର୍ଷ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା ।

ଜନ୍ମଦିନ ଉପଲକ୍ଷେ ଶାହାରୁଖଙ୍କ ଫିଲ୍ମ ଜିରୋର ଟ୍ରେଲର ରିଲିଜ ହେବାକୁ ଅଛି । ଏହାକୁ ଆନନ୍ଦ ଏଲ ରାୟ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ଶାହାରୁଖଙ୍କ ସହିତ କ୍ୟାଟ୍ରିନା ଏବଂ ଅନୁଷ୍କା ନଜର ଆସିବେ । ଏହା ପୂର୍ବରୁ ଏହି ୩ ଜଣ ଫିଲ୍ମ ଜବ ତକ ହୈ ଜାନରେ ତ୍ରିକୋଣୀୟ ପ୍ରେମ କାହାଣୀରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More