Only for Entertainment

ପ୍ରଧାନମନ୍ତ୍ରୀଙ୍କୁ ନେଇ ପୁଣିଥରେ ଆପତ୍ତିଜନକ ଟ୍ୱିଟ କରି ବିବାଦରେ ଦିବ୍ୟା ସ୍ପନ୍ଦନା ।

punjab keasri
42

ନିଜ ଆପତ୍ତିଜନକ ଟ୍ୱିଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ସୋସିଆଲ ମିଡିଆ ହେଡ ଦିବ୍ୟା ସ୍ପନ୍ଦନା ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଆପତ୍ତିଜନକ ଟ୍ୱିଟ କରି ଚର୍ଚ୍ଚାରେ ଅଛନ୍ତି । ଏହି ଟ୍ୱିଟରେ ଭାଜପା ମଧ୍ୟ ପ୍ରତ୍ତ୍ୟୁତର ଦେଇଛନ୍ତି ।

ଦିବ୍ୟା ସରଦାର ପଟେଲଙ୍କ ‘ଷ୍ଟାଚ୍ୟୁ ଅଫ ୟୁନିଟି’ର ଲୋକର୍ପଣ ଦ୍ୱାରା ପିଏମ ମୋଦିଙ୍କ ଏକ ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ପିଏମ ମୋଦି ମୂର୍ତ୍ତି ପାଦ ତଳେ ଛିଡ଼ା ହୋଇଛନ୍ତି । ଦିବ୍ୟା ଏହି ଫଟୋରେ କ୍ୟାପ୍ସନ ଦେଇଛନ୍ତିଯେ ‘Is that bird dropping?’ ?କାରଣ ମୂର୍ତ୍ତି ଏତେ ବଡ଼ ଏବଂ ମୋଦି ତାଙ୍କ ନିକଟରେ ଖୁବ ଛୋଟ ଦେଖା ଯାଉଛନ୍ତି । ତେବେ ଏତେ ବଡ଼ ମୂର୍ତ୍ତି ନିକଟରେ ଛୋଟ ଦେଖାଯିବା ସ୍ୱଭାବିକ କଥା । ତେବେ ଦିବ୍ୟାଙ୍କ ଏହି କମେଂଟର ପ୍ରତ୍ତ୍ୟୁତ୍ତର ଦେଇଛନ୍ତି ଭାଜପା ନେତା । ସେ ଲେଖିଛନ୍ତିଯେ ଏହା କଂଗ୍ରେସର ମୂଲ୍ୟ ଯାହା କମିବାରେ ଲାଗିଛି ।

ସରଦାର ପଟେଲଙ୍କୁ ନେଇ ବିବାଦ ସୃଷ୍ଟି କରିବା ଏବଂ ପିଏମ ମୋଦିଙ୍କୁ ଏଭଳି ଘୃଣା କରିବା ଦିବ୍ୟାଙ୍କ ଭାଷା ବ୍ୟବହାରରୁ ଜଣାପଡ଼ୁଛି । ଏହା ରାହୁଲ ଗାନ୍ଧିଙ୍କ ପ୍ରେମର ରାଜନୀତି ।

କହିରଖୁଛୁଯେ ଦିବ୍ୟାଙ୍କ ଟ୍ୱିଟ କାରଣରୁ ପୂର୍ବରୁ ମଧ୍ୟ କେତେକ ବିବାଦ ହୋଇସାରିଛି । ଏହା ପୂର୍ବରୁ ମଧ୍ୟ ସେ ପିଏମଙ୍କୁ ନେଇ ଆପତ୍ତିଜନକ ଟ୍ୱିଟ କରିଥିଲେ । ଏହି କାରଣରୁ ତାଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ ହୋଇଥିଲା । ଏହି କାରଣରୁ ଖବର ଆସିଥିଲାଯେ ସେ କ୍ରଗ୍ରେସର ସୋସିଆଲ ମିଡିଆ ହେଡ ପଦବୀରୁ ଇସ୍ତଫା ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More