ପଞ୍ଜାବୀ ସିଂଗର ହାର୍ଡି ସଂନ୍ଧୁଙ୍କ ଗୀତ ‘ନାହ ନାହ’ ୟୁଟ୍ୟୁବରେ ୨୦କୋଟି ଭ୍ୟୁ ପାର କରିସାରିଲାଣି । ଏହି ଗୀତରେ ତାଙ୍କ ସହ ଅଛନ୍ତି ‘ବିଗବସ୯’ରେ ନିଜର ଜଲୱା ଦେଖାଇଥିବା ଅଭିନେତ୍ରୀ ନୋରା ଫତେହି । ଏହି ଗୀତ ଏତେ ମାତ୍ରାରେ ଯୁବା ପିଢିଙ୍କ ମନକୁ ଛୁଇଁ ପାରିଛି ଯେ ସମସ୍ତ ପାର୍ଟି କିମ୍ବା ବିବାହରେ ଏହି ଗୀତ ଧୁମ ମଚାଇବ ବୋଲି ଆପଣମାନେ ମଧ୍ୟ ଅନୁଭବ କରିପାରୁଥିବେ ।
ନୋରା ଫତେହି ବିଗବସ ୯ରେ ୱାଇଲ୍ଡ କାର୍ଡ ଯୋଗେ ସୋ’ରେ ଏଂଟ୍ରି କରିଥିଲେ ମାତ୍ର ୩ସପ୍ତାହ ପରେ ସେ ସୋ’ରୁ ବାହାରି ଯାଇଥିଲେ । ସେ ଏହି ଗୀତରେ ସଂନ୍ଧୁଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।
ଏହି ଗୀତ ହିଟ ହୋଇଥିବାରୁ ହାର୍ଡି ସନ୍ଧୁ ଖୁବ ଖୁସି ଅଛନ୍ତି । ଏହା ପୂର୍ବରୁ ତାଙ୍କର ‘ବ୍ୟାକୱାନ’ ଗୀତ ମଧ୍ୟ ହିଟ ହୋଇଥିଲା । ଏହି ଗୀତକୁ ମଧ୍ୟ ଦର୍ଶକମାନେ ବହୁମାତ୍ରାରେ ପସନ୍ଦ କରିଥିଲେ । ଏହି ଗୀତରେ ମଧ୍ୟ ଭ୍ୟୁ ୨୨କୋଟି ପାର ହୋଇଯାଇଥିଲା ।