Only for Entertainment

‘ଡେଡପୁଲ-୨’ ପ୍ରିମିୟରରେ ସୁପରହିରୋ ହୋଇ ପହଁଚିଲେ ହର୍ଷବର୍ଦ୍ଧନ କପୁର, ସାଥିରେ ନଜର ଆସିଲେ ବରୁଣ ଧୱନ

aajtak
0 43

ଅଭିନେତା ହର୍ଷବର୍ଦ୍ଧନ କପୁରଙ୍କ ଫିଲ୍ମ ‘ଭାବେଶ ଜୋଶୀ ସୁପରହିରୋ’ ୧ ଜୁନକୁ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ହର୍ଷ ଭ୍ରଷ୍ଟାଚାର ବିରୋଧରେ ଲଢିବା ପାଇଁ ସୁପର ହିରୋ ପାଲଟି ଯାଆନ୍ତି । ଫିଲ୍ମର ପ୍ରମୋଶନ ପାଇଁ ହର୍ଷବର୍ଦ୍ଧନ ଆଜି ରିଲିଜ ହୋଇଥିବା ହଲିଉଡ ଫିଲ୍ମ ‘ଡେଡପୁଲ-୨’ର ପ୍ରିମିୟରରେ ପହଁଚିଥିଲେ । ପ୍ରିମିୟରରେ ହର୍ଷଙ୍କୁ ‘ଭାବେଶ ଜୋଶୀ ସୁପରହିରୋ’ ଅବତାରରେ ଦେଖିବାକୁ ମିଳିଥିଲା ।

bhavesh-joshi

ହର୍ଷ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରିମିୟରର କିଛି ଫଟୋ ସେୟାର କରିଥିଲେ । ପ୍ରିମିୟରରେ ବରୁଣ ଧାୱନ ମଧ୍ୟ ହର୍ଷଙ୍କ ସହିତ ନଜର ଆସିଥିଲେ । ହର୍ଷବର୍ଦ୍ଧନ, ବରୁଣ ଡେଡପୁଲ ସହିତ ଉଠାଇଥିବା ଫଟୋ ଏବେ ଇଣ୍ଟରନେଟରେ ଖୁବ ସେୟାର କରାଯାଉଛି ।

bhavesh-joshi-1

କହରଖୁଛୁ ଯେ ଏହା ହର୍ଷଙ୍କର ଦ୍ୱିତୀୟ ଫିଲ୍ମ । ଏହା ପୂର୍ବରୁ ସେ ‘ମର୍ଜିୟାଁ’ରେ ନଜର ଆସିଥିଲେ କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ସଫଳ ହୋଇପାରିଲା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More