Only for Entertainment

ମୁହଁର କଳାଦାଗ ଦୂର କରିବାକୁ ଚାହୁଁଥିଲେ କରନ୍ତୁ ଏହି ଘରୋଇ ଉପଚାର ।

0 114

ମୁହଁରେ କଳାଦାଗ ହେବା ଏକ ସାମାନ୍ୟ ସମସ୍ୟା । ଏହା ସମସ୍ତଙ୍କ କ୍ଷେତ୍ରରେ ଦେଖାଦିଏ । କିନ୍ତୁ ଏହାର ପ୍ରଭାବ ଚେହେରାକୁ ଅସୁନ୍ଦର କରିଦିଏ । ଯେଉଁମାନେ ଗରମ ଦିନରେ ଖରାକୁ ବାହାରନ୍ତି ଅଧିକ ଝାଳ ବୋହିବା ଦ୍ୱାରା ଏହି ସମସ୍ୟା ଦେଖାଦିଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ।

ପ୍ରଥମ କଥା ହେଉଛି ତୈଳଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ । ଏହା ବ୍ୟତୀତ ରାତିରେ ବିଳମ୍ବ ସମୟ ପର୍ଯ୍ୟନ୍ତି ନ ଚାହିଁ ଶୀଘ୍ର ଶୟନ କରିବା ଉଚିତ । ତେଣୁ ସମୟ ପୂର୍ବରୁ ଶୋଇବାର ଅଭ୍ୟାସ କରିବା ଖୁବ ଭଲ । ଖୁବ ପରିମାଣର ଜଳପାନ କରିବା ଉଚିତ । ଏହା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ । ଆପଣଙ୍କ ରୋଷେଇ ଘରେ ମଧ୍ୟ ଏଭଳି କିଛି ସାମଗ୍ରୀ ରହିଛି ଯାହାକୁ ଆପଣ ବ୍ୟବହାର କରିପାରିବେ ।

ଲେମ୍ବୁକୁ ଦୁଇ ଫାଳ କରି ସିଧାସଳଖ ମୁହଁରେ ଘଷନ୍ତୁ । ଏଥିରେ ଥିବା ଏସିଡିକ ଗୁଣ କଳା ଦାଗରୁ ମୁକ୍ତି ଦେବ ।

ମୁହଁରେ ମହୁକୁ ଲଗାଇ ୩୦ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହାପରେ ଥଣ୍ଡା ଜଳରେ ଧୋଇଦିଅନ୍ତୁ ।

କଳା ଦାଗରେ ବରଫକୁ ଧୀରେ ଧୀରେ ଘଷିବା ଦ୍ୱାରା ଏହା ଦୂର ହୋଇଥାଏ ।

ଆପଲ ଭିନେଗାର ଯଦି ମୁହଁରେ ଘଷିବେ ତେବେ କଳାଦାଗ ମଧ୍ୟ ଦୂର ହୋଇପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More