ଯେତେବେଳେ କାଠ କବାଟ ଉପରେ ବିଶାଳକାୟ କୁମ୍ଭୀର ଚଢିବା ପାଇଁ ପ୍ରୟାସ କରୁଥିଲା, ଏହାପରେ କଣ ହେଲା ଜାଣନ୍ତୁ ।
ଆମେରିକାର ଏକ ଘରେ ୭ଫୁଟ ଲମ୍ବର ଏକ କୁମ୍ଭୀର ଦେଖିବାକୁ ମିଳିଥିଲା । ସେ ଘର ଭିତରକୁ ପଶିବା ଲାଗି ପ୍ରୟାସ କରୁଥିଲା । ଲୋକଙ୍କ କହିବା ମୁତାବକ ଏଭଳି ବିରାଟ କୁମ୍ଭୀର ସେମାନେ ଆଗରୁ କେବେ ଦେଖି ନଥିଲେ ଏବଂ ଏହି କୁମ୍ଭୀରର ଆକାର ଏତେ ବଡ ଥିଲା ଯେ ଯାହାକୁ ଯେ କେହି ବି ଦେଖିଲେ ଥରି ଉଠିବ । ଏହି କୁମ୍ଭୀର ଆମେରିକାର ସାଉଥ କ୍ୟାର୍ଲୋନିଆରେ ନଜର ଆସିଥିଲା ।
କୁମ୍ଭୀରଟି ଘର ପଛ ପଟେ ଥିବା କାଠ କବାଟରେ ଚଢିବା ପାଇଁ ଚେଷ୍ଟା କରୁଥିଲା । ଦୂରରୁ ଥାଇ ଫଟୋଟି ନିଆଯାଇଛି ଯାହାକୁ ଦେଖି ଲୋକ ଭୟଭୀତ ହୋଇ ପଡିଛନ୍ତି ତେବେ ଅନୁମାନ ଲଗାନ୍ତୁ ଏହି କୁମ୍ଭୀରଟି କେତେ ବିଶାଳକାୟ ହୋଇଥିବ ।
ଏହି ଫଟୋକୁ ଶାରୀ ସିବକ ନାମକ ବ୍ୟକ୍ତି ନିଜର ଫେସବୁକ ଅକାଉଂଟରେ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ଏତେ ବଡ କୁମ୍ଭୀରକୁ କାଠ ବାଡରେ ବନ୍ଦ କରି ରଖିବାକୁ ଚେଷ୍ଟା କରିଛି । ଏହି କୁମ୍ଭୀର ସେହି ସ୍ଥାନରେ ଅନେକ ସମୟ ଧରି ବୁଲିଥିଲା । ସେ କହିଛନ୍ତି ଯେ ଯେତେବେଳେ ସେ ଏହି କୁମ୍ଭୀରର ଫଟୋ ଉଠାଉ ଥିଲେ କୁମ୍ଭୀରଟି କାଠ କବାଟରେ ହଠାତ ଚଢିବା ଆରମ୍ଭ କରିଥିଲା । କିଛି ସମୟ ପରେ ବନ୍ୟ ବିଭାଗ ଟିମ ଏହି କୁମ୍ଭୀରକୁ ଧରି ନେଇଥିଲେ ।