Only for Entertainment

ଟ୍ରେଲର ପୂର୍ବରୁ ରିଲିଜ ହେଲା ଫିଲ୍ମ ‘ଫରଏଭର’ର ପ୍ରଥମ ଗୀତ ‘ହମନେ ତୋ’, ଦେଖନ୍ତୁ

google
28

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ ଫିଲ୍ମ ‘ଫରଏଭର’ର ରୋମାଂଟିକ୍ ଗୀତ ‘ହମନେ ତୋ’ । ଜି ମ୍ୟୁଜିକ୍ ଦ୍ୱାରା ରିଲିଜ୍ ହୋଇଥିବା ଏହି ଗୀତରେ ନାୟକ ଭାବେ ରାକେଶ ବାପଟ୍, ଓ ନାୟିକା ଭାବେ ନିଶା ଆଲିଆଙ୍କୁ ଦେଖିବାକୁ ମିଳିଛି । ରାକେଶ ଓ ନିଶାଙ୍କ ରୋମାନ୍ସକୁ ଏହି ଗୀତରେ ସ୍ଥାନ ଦିଆଯାଇଛି । ଫିଲ୍ମର ଟ୍ରେଲର୍ ରିଲିଜ୍ ପୂର୍ବରୁ ଆସିଛି ଏହି ମନଛୁଆଁ ଗୀତଟି ।

ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ସୋନୁ ନିଗମଙ୍କ ଆକର୍ଷଣୀୟ ଗାୟିକୀ । ବିନୟ ରାମ ତିୱାରୀଙ୍କ ସଙ୍ଗୀତରେ ଏହି ଗୀତରେ ଲିରିକ୍ସର ଭାର ତୁଲାଇଛନ୍ତି ବିନୟ ରାମ ତିୱାରୀ । ଜି.ଏସ୍.କେ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ଫରଏଭର’ର ପ୍ରଯୋଜନା କରିଛନ୍ତି ଜ୍ଞାନ ସିଂ । ଏବଂ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ବିନୟ ରାମ ତିୱାରୀ । ଏହି ରୋମାଂଟିକ୍ ଗୀତ ପରେ ଖୁବଶୀଘ୍ର ସିନେମାର ଟ୍ରେଲର୍ ଭେଟି ଦେବାକୁ ଲକ୍ଷ ରଖିଛନ୍ତି ମେକର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More