Only for Entertainment

ଏକ ସାକ୍ଷାତକାରରେ ନିଜ ସମ୍ପର୍କକୁ ନେଇ ଖୁଲାସା କଲେ କାର୍ତ୍ତିକ ଆର‌୍ୟନ !

india Today
24

କାର୍ତ୍ତିକ ଆର‌୍ୟନ ବିଗତ କିଛି ଦିନ ହେବ ନିଜ ଫିଲ୍ମରୁ ଅଧିକ କଥିତ ଅଫେୟାର ଏବଂ ରିଲେସନସିପକୁ ନେଇ ଅଧିକ ଚର୍ଚ୍ଚାରେ ରହିଛନ୍ତି । ଯେତେବେଳେ କଫି ୱିଦ କରଣରେ ସାରା ଅଲୀ ଖାନ କହିଥିଲେ ଯେ ସେ କାର୍ତ୍ତିକଙ୍କୁ ଟେଡ କରିବା ପାଇଁ ଚାହାନ୍ତି । ଏହାପରେ କାର୍ତ୍ତିକ ଅନନ୍ୟା ପାଣ୍ଡେଙ୍କ ସହ ଅନେକ ଜାଗାରେ ସ୍ପଟ ହୋଇଥିଲେ । ଦୁହେଁ ପତି, ପତ୍ନୀ ଔର ୱୋ’ଫିଲ୍ମରେ ଏକାସହ କାମ କରୁଥିବାର ନଜର ଆସିବେ । ଏବେ ଭାଲେଂଟାଇନ ୱିକରେ ଫାଇନାଲୀ କାର୍ତ୍ତିକ ଏହି ସମସ୍ତ କଥା ଉପରୁ ପରଦା ଉଠାଇଛନ୍ତି ।

ନିକଟରେ ଏକ ମିଡିଆରେ ସେ କମିଟେଡ ରିଲେସନସିପରେ ଥିବା କହିଛନ୍ତି । ଭାଲେଂଟାଇନ ଡେ ସେଲିବ୍ରେସନ ବିଷୟରେ ପଚରାଯିବାରୁ କାର୍ତ୍ତିକ ନା ସାରା ନା ଅନନ୍ୟାଙ୍କୁ ଡେଟ କରିବେ, ସେ ତାଙ୍କ ଫ୍ୟାନ୍ସ ଏବଂ କାମ ସହ କମିଟେଡ ବୋଲି କହିଥିଲେ ।

ଏହାଛଡା ସେ ଲୁକାଛୁପି ଫିଲ୍ମ ପ୍ରମୋସନ ସହ ‘ପତି ପତ୍ନୀ ଔର ୱୋ’ ସୁଟିଂରେ ବ୍ୟସ୍ତ ରହିବେ । ଏହାପରେ ସେ କହିଥିଲେ ସେ ଯେମିତି ଅଛନ୍ତି ଖୁସି ଅଛନ୍ତି ଏବଂ ଏନଜୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More