୭ ବର୍ଷର ବିବାହ ଭାଙ୍ଗିବାକୁ ଯାଉଛନ୍ତି ଏହି ଟିଭି କପଲ, ରିଆଲିଟି ଶୋ’ରେ କରିଥିଲେ ପ୍ରପୋଜ
ଟିଭିର ଫେମସ କପଲ୍ସ ମଧ୍ୟରୁ ଏକ ଋିଦ୍ଧି ଡୋଗରା ଏବଂ ରାକେଶ ବାପତଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖରାପ ଖବର ସାମ୍ମାକୁ ଆସିଛି । ଖବର ଅନୁସାରେ ଏହି କପଲ ଖୁବ ଶୀଘ୍ର ପରସ୍ପର ଠାରୁ ଅଲଗା ହେବାକୁ ଯାଉଛନ୍ତି । ଆଜ୍ଞା ହଁ, ଦୁହେଁ ପରସ୍ପର ଠାର ତଲାକ ନେବାକୁ ଯାଉଛନ୍ତି । ଅନେକ ସମୟରୁ ଏହି କପଲ ଏକାଠି ରହୁ ନଥିବା ଶୁଣିବାକୁ ମିଳିଛି ।
ଏହି ବିଷୟରେ କଥା ହେବା ପାଇଁ ରାକେଶଙ୍କୁ ଫୋନ ଓ ମେସେଜ କରିବାରୁ ସେ ଏହାର କୌଣସି ଜବାବ ଦେଇନଥିଲେ । ଏହି ମାମଲାରେ ଋିଦ୍ଧିଙ୍କ ବାନ୍ଧବୀ ତଥା ଟିଭି ଅଭିନେତ୍ରୀ ଆଶା ନେଗୀଙ୍କୁ ପଚରା ଯିବାରୁ ସେ କହିଥିଲେ ଋିଦ୍ଧି ମୋର ଭଲ ବାନ୍ଧବୀ ମୁଁ ଏହି ମାମଲାରେ କିଛି କହିପାରିବି ନାହିଁ । ମୁଁ ତାଙ୍କ ବିଷୟରେ ସବୁ କିଛି ଯାଣିଛି କିନ୍ତୁ ଏହା ବିଷୟରେ ମୁଁ କିଛି କହିବା ପାଇଁ ଚାହୁଁନାହିଁ ।
କହିରଖୁଛୁ ଯେ, ରାକେଶ ୨୦୦୧ରେ ରିଲିଜ ହୋଇଥିବା ହିଟ ଫିଲ୍ମ ‘ତୁମ ବିନ’ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଖୁବ ପ୍ରଶଂସା କରିଥିଲେ । ଏହା ପରେ ରାକେଶ କୁବୁଲ ହେଁ, ମର୍ଯ୍ୟାଦା ଏବଂ ବହୁ ହମାରି ରଜନୀକାନ୍ତ ପରି ଧାରାବାହିକରେ ନଜର ଆସିଥିଲେ । ଉଭୟ ରାକେଶ ଏବଂ ଋିଦ୍ଧି ମର୍ଯ୍ୟାଦାର ସେଟରେ ଦେଖା ହୋଇଥିଲେ ଏବଂ ପରସ୍ପରକୁ ଭଲ ପାଇଁ ବସିଥିଲେ । ଡ୍ୟାନ୍ସ ରିଆଲିଟି ଶୋ’ ନଚ ବଲିୟେ ରେ ଦୁହେଁ ପରସ୍ପରକୁ ପୂରା ଦୁନିଆ ସାମ୍ନାରେ ପ୍ରପୋଜ କରିଥିଲେ । ପରେ ଦୁହେଁ ବିବାହ କରିଥିଲେ ।