Only for Entertainment

ଆଘାତ ଲାଗିବା ପରେ କୁକୁର ପହଂଚିଲା ହସ୍ପିଟାଲରେ , ଭାଇରାଲ ହେଲା ଇମୋସନାଲ ଭିଡିଓ !

54

ଆଘାତ ଲାଗିଲେ ଆମେ ଡାକ୍ତରଖାନା ଯାଇଥାଉ, ଯେଉଁଠି ଆମର ଚିକିତ୍ସା ସଠିକ ଭାବେ ସମ୍ଭବ ହୋଇପାରେ । ସେହିଭଳି ଗୋଟେ କୁକୁର ନିଜ ଚିକିତ୍ସା ପାଇଁ ହସ୍ପିଟାଲରେ ପହଂଚିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ରାସ୍ତାକଡ କୁକୁର ସହ ଫାର୍ମାସିଷ୍ଟଙ୍କ ସମ୍ପର୍କର ଗଭୀରତା ସ୍ପଷ୍ଟ ଜଣାପଡୁଛି । ଏହାକୁ ଲୋକମାନେ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି ।

ଅସଲରେ ଏହି ଭିଡିଓ ଇସ୍ତାନବୁଲର ଅଟେ, ଯେଉଁଠାରେ ଏକ ଷ୍ଟ୍ରିଟ ଡଗ ଆଘାତ ପାଇ ଏକ ଫାର୍ମାସି ଦୋକାନ ଆଗରେ ଛିଡା ହୋଇ ଏକଡ ସେକଡ ହେଉଛି । ଏହି ସମୟରେ କବାଟ ଖୋଲା ଦେଖି ଭିତରକୁ ପଶି ଯାଉଛି, ଯାହାକୁ ଦେଖି ଦୋକାନରେ ଥିବା ଆଉ ଏକ କୁକୁର ସେହି କୁକୁରକୁ ଆଡକୁ ମାଡି ଆସିଛି । ମାତ୍ର କିଛି କ୍ଷଣ ମଧ୍ୟ ଦୋକାନର ଫାର୍ମାସି କୁକୁର ସାମ୍ନାକୁ ଆସି କୁକୁରଟି ଆଘାତ ପାଇଥିବା ଦେଖି ବୁଝି ଯାଇଛନ୍ତି । ଏହାପରେ ସେ ଏହି କୁକୁରର ଚିକିତ୍ସା କରିଥିଲେ ।

କୁକୁରକୁ ଏଭଳି ଦେଖି ଫାର୍ମାସିଷ୍ଟ ବାନୁ କୋଂଗିଜ ଷ୍ଟ୍ରିଟ ଡଗକୁ ଧ୍ୟାନ ଦେଇ ଦେଖିଲେ , ତା’ର ପଂଝାରେ ଆଘାତ ଲାଗି ସେ ଠିକ ସେ ଚାଲି ପାରୁନଥିବା ବ୍ୟକ୍ତି ଜାଣିପାରିଲେ । ଆପଣ ଏହି ସୁନ୍ଦର ଭିଡିଓଟିକୁ ଦେଖନ୍ତୁ । ବେଡୋର୍ସ ନାମକ ବ୍ୟକ୍ତି ଟ୍ୱିଟର ଅକାଉଂଟରେ ଏହି ଭିଡିଓକୁ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More