Only for Entertainment

କ’ଣ ସଲମାନଙ୍କ କ୍ଷେତ୍ରରେ ନିୟମର ଅଣଦେଖା କରାଯାଇଛି?

aajtak
0 52

ସଲମାନଙ୍କୁ ଆଜି ଜାମିନ ମଂଜୁର ହୋଇଯାଇଛି । ସେ ଗୁରୁବାର ସଂଧ୍ୟାରୁ ଜେଲରେ ଅଛନ୍ତି । ଏହି କାରଣରୁ ତାଙ୍କୁ ଦେଖାକରିବା ପାଇଁ ଜେଲରେ ପହଂଚିଥିଲେ ଅଭିନେତ୍ରୀ ପ୍ରୀତି ଜିନ୍ତା । ଓକିଲ ଆଭା ସିଂଙ୍କ ସହିତ କଥା ହେବା ସମୟରେ ସେ ନିୟମର ଅଣଦେଖା ହୋଇଥିବା କଥା କହିଥିଲେ । କିନ୍ତୁ ସେ ଏହା ମଧ୍ୟ କହିଥିଲେଯେ ସଲମାନଙ୍କ କ୍ଷେତ୍ରରେ ଏପର୍ଯ୍ୟନ୍ତ ନିୟମାନୁଯାୟୀ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ।

ଜେଲରେ ସଲମାନଙ୍କୁ ଖାସ ଟ୍ରିଟମେଂଟ ଦେଇଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେୁଛି କ’ଣ ବାସ୍ତବରେ ସଲମାନଙ୍କୁ ଭିଆଇପି ଟ୍ରିଟମେଂଟ ଦିଆଯାଇଥିଲା । ଡିଆଇଜି ଏହି କଥାକୁ ଖଣ୍ଡନ କରିଛନ୍ତି । ତେବେ ଜେଲ ଅଧକ୍ଷକଙ୍କର ଏକ ବିଶେଷ ଅଧିକାର ରହିଛିଯେ ସେ ଆରୋପୀ ସହିତ ୪ ଜଣ ଲୋକଙ୍କୁ ଦେଖା କରିବାକୁ ଅନୁମତି ଦେଇପାରିବେ । ଆଇଜି ଏହି ଅଧିକାରର ଉପଯୋଗ କରି ପ୍ରୀତି ଜିନ୍ତା,ଅଲବୀରା ଖାନ,ଅଗ୍ନିହୋତ୍ରୀ,ଅର୍ପିତା ଖାନ ଶର୍ମା ଏବଂ ବଡିଗାର୍ଡ଼ ସେରାଙ୍କୁ ସଲମାନଙ୍କ ସହିତ ଦେଖାକରିବାକୁ ଅନୁମତି ଦେଇଥିଲେ ।

ଅଧିକ୍ଷକଙ୍କ କହିବା ଅନୁସାରେ ସଲମାନଙ୍କୁ କୌଣସି ଭିଆଇପି ଟ୍ରିଟମେଂଟ ଦିଆଯାଇନଥିଲା । ସେରା ସଲମାନଙ୍କ ପାଇଁ ବାହାରର ଖାଇବା ନେଇ ଯାଇଥିଷଲ କିନ୍ତୁ ତାହାକୁ ଅନୁମତି ଦିଆଯାଇନଥିଲା । ସଲମାନ ଜେଲର ଖାଦ୍ୟ ଖାଇଥିଲେ ଏବଂ ସାମାନ୍ୟ ସପ୍ଲାଇ ପାଣି ପିଇଥିଲେ ।

ସାମାନ୍ୟ କ୍ଷେତ୍ରରେ ଜଣେ କଏଦୀକୁ ୩ ଜଣ ଲୋକ ଦେଖା କରିପାରିବେ । କିନ୍ତୁ ଅଧିକ୍ଷକଙ୍କର ବିଶେଷ ଅଧିକାର ରହିଛି ସେ ତାହାକୁ ବ୍ୟବହାର କରି ଅଧିକ ଲୋକଙ୍କୁ ଦେଖା କରିବା ପାଇଁ ଅନୁମତି ଦେଇପାରିବେ ।

ଏକ ରିପୋର୍ଟ ଅନୁସାରେ ପ୍ରଥମେ ସଲମାନ ଖାଦ୍ୟ ଖାଇ ନଥିଲେ କିନ୍ତୁ ତାଙ୍କ ଭଉଣୀ ଏବଂ ପ୍ରୀତି ଜିନ୍ତାଙ୍କ ସାକ୍ଷାତ ପରେ ସେ ୩ ଘଂଟା ୱାକଆଉଟ କରିଥିଲେ ଏବଂ ପରେ ଖାଦ୍ୟ ଖାଇଥିଲେ ।

ଖବର ଅନୁସାରେ ଜେଲ ପ୍ରଶାସନକୁ ସଲମାନଙ୍କ ମମ୍ମି ଓ ପାପାଙ୍କ ମୋବାଇଲ ନମ୍ବର ଦିଆଯାଇଥିଲା,କାରଣ ସେ ସେମାନଙ୍କ ସହିତ କଥା ହୋଇପାରିବେ । ସୁରକ୍ଷା ଦୃଷ୍ଟିରୁ ସଲମାନଙ୍କୁ ଅନ୍ୟ କଏଦୀଙ୍କ ଭଳି ବାରାକ ବାହାରେ ଖାଦ୍ୟ ଦିଆଯାଉନାହିଁ ବରଂ ବାରାକ ଭିତରେ ଖାଦ୍ୟ ଦିଆଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More