Only for Entertainment

ଅନେକ ଦିନ ପରେ ପରଦାକୁ ଫେରୁଛନ୍ତି ଜିନତ୍‍ ଅମାନ୍‍

wikifeed
45

ବିଗତ ଦିନର ଗ୍ଲାମରସ୍‍ ଅଭିନେତ୍ରୀ ଜିନତ୍‍ ଅମାନ୍‍ ଦୀର୍ଘ ଦିନ ପରେ ପୁଣି ଥରେ ଅଭିନୟକୁ ଫେରିବାକୁ ଯାଉଛନ୍ତି । ସେ ଆଶୁତୋଷ ଗୋୱାରିକରଙ୍କ ଆଗାମୀ ଫିଲ୍ମ ‘ପାନିପଥ’ ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଅର୍ଜୁନ କପୁର, କୃତି ସେନନ୍ ଓ ସଂଜୟ ଦତଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି  ଫିଲ୍ମଟି ୧୭୬୧ ଜାନୁଆରୀ ୧୪ରେ ହୋଇଥିବା ‘ପାନିପଥ’ର ତୃତୀୟ ଯୁଦ୍ଧ ଉପରେ ଆଧାରିତ । ଯାହାକି ଆଫଗାନ ଓ ମରାଠାଙ୍କ ଭିତରେ ହୋଇଥିଲା । ଆଶୁତୋଷଙ୍କ ଏହି  ଫିଲ୍ମଟି ୨୦୧୯ ଡିସେମ୍ବର ୬ରେ ରିଲିଜ୍ କରାଯିବ ।

ଫିଲ୍ମର ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଏହି ଖବରକୁ ସ୍ପଷ୍ଟ କରି କହିଛନ୍ତି କି, ଜିନତ୍‍ ଅମାନ୍‍ ଏହି  ଫିଲ୍ମରେ ହୋସିଆରଗଞ୍ଜର ସକିନା ବେଗମ ଭୂମିକାରେ ନଜର ଆସିବେ ।  ଏହା ପୂର୍ବରୁ ମଧ୍ୟ ଆଶୁତୋଷ ଜିନତଙ୍କ ସହିତ ସ୍କ୍ରିନ ସେୟାର କରିସାରିଛନ୍ତି । ୧୯୮୯ରେ ରିଲିଜ ହୋଇଥିବା ଫିଲ୍ମ ‘ଗୱାହି’ରେ ଦୁଇ ଜଣ କାମ କରିଥିଲେ । ଏହି  ଫିଲ୍ମରେ ଶେଖର କପୁର, ତନୁଜା ଓ ବିକ୍ରମ ଗୋଖଲେ  ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ଗତ ବର୍ଷ ଡିସେମ୍ବର ମାସରୁ ହିଁ ‘ପାନିପଥ’ର ସୁଟିଂ ଆରମ୍ଭ ହୋଇଯାଇଛି । ଏହି  ଫିଲ୍ମରେ ମନୀଷ ବହଲ, କୁନାଲ କପୁର ଓ ପଦ୍ମିନୀ କୋହ୍ଲାପୁରୀଙ୍କୁ  ମଧ୍ୟ ଦେଖିବାକୁ ମିଳିବ । ଜିନତ୍‍ ଅମାନ୍‍ ଆଗାମୀ ସପ୍ତାହରୁ ଏହି  ଫିଲ୍ମର ସୁଟିଂ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More