Only for Entertainment

ଏୟାରପୋର୍ଟରେ ଭିନ୍ନ ଅନ୍ଦାଜରେ ସ୍ପଟ ହେଲେ ଜନ୍ , କହିଲେ ମୋ ଫଟୋ ଉଠାଅ ନାହିଁ, ଦୀପିକାଙ୍କ ଫଟୋ ଉଠାଅ !

63

ଏୟାରପୋର୍ଟରେ ଦେଖିବାକୁ ମିଳିଲା ଅଭିନେତା ଜନ୍ ଆବ୍ରାମଙ୍କ ଭିନ୍ନ ଅନ୍ଦାଜ୍ । ନିଜ ଆଗାମୀ ଫିଲ୍ମ ବାଟଲା ହାଉସର ପ୍ରମୋସନରେ ବ୍ୟସ୍ତ ଥିବା ଜନଙ୍କୁ ମୁମ୍ବାଇ ଇଂଟରନାସନାଲ୍ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା । ଏୟାରପୋର୍ଟ ବାହାରେ ଉପସ୍ଥିତ ଥିବା ମିଡିଆ ଫଟୋଗ୍ରାଫର୍ ଯେତେବେଳେ ତାଙ୍କ ଫଟୋ ଉଠାଇବା ଆରମ୍ଭ କରିଥିଲେ, ଜନ୍ ସେମାନଙ୍କ ସହ ମସ୍ତି କରିବାର ଦେଖିବାକୁ ମିଳିଥିଲା । ଜନ୍ କହିଲେ ମୋର ଫଟୋ ଉଠାଅ ନାହିଁ । ସେପଟେ ଦୀପିକା ଆସୁଛନ୍ତି ତାଙ୍କ ଫଟୋ ଉଠାଅ । ତେବେ ସେହି ସମୟରେ ଏୟାରପୋର୍ଟ ବାହାରେ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ମଧ୍ୟ ସ୍ପଟ୍ କରାଯାଇଥିଲା । ଲଣ୍ଡନ୍ରୁ ଫେରୁଥିଲେ ଦୀପିକା ।

ଜନଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ତାଙ୍କର ଫିଲ୍ମ ‘ବାଟଲା ହାଉସ’ ଅଗଷ୍ଟ ୧୫ରେ ରିଲିଜ ହେବାକୁ ଯାଉଛି । ଏହାବ୍ୟତୀତ ସେ ଖୁବ ଶୀଘ୍ର ‘ସତ୍ୟମେବ ଜୟତେ୨’ ଏବଂ ‘ଆଟାକ’ରେ ମଧ୍ୟ ନଜର ଆସିବେ । ତେବେ ଦୀପିକାଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସେ ଏସିଡ୍ ଆଟାକ୍ରେ ପୀଡିତ ହୋଇଥିବା ଲକ୍ଷ୍ମୀଙ୍କ ଭୂମିକାରେ ‘ଛପାକ’ରେ ନଜର ଆସିବେ । ଏହି ଫିଲ୍ମ ୨୦୨୦ ଜାନୁଆରୀରେ ରିଲିଜ ହେବ । ଏହାବ୍ୟତୀତ ଦୀପିକା ବିବାହ ପରେ ପ୍ରଥମ ଥର ସ୍ୱାମୀ ରଣବୀର ସିଂଙ୍କ ସହ ତାଙ୍କ ପତ୍ନୀ ଭୂମିକାରେ ଫିଲ୍ମ ‘୮୩’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More