Only for Entertainment

ରିଲିଜ ହେଲା ମରାଠୀ ଫିଲ୍ମ ‘ବାବା’ର ପ୍ରଥମ ଟ୍ରେଲର !

60

ସଂଜୟ ଦତ୍ତଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ମରାଠୀ ଫିଲ୍ମ ‘ବାବା’ର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ଫିଲ୍ମରେ ପ୍ରମୁଖ ଭୂମିକାରେ ଦୀପକ ଡୋବ୍ରିୟାଲ୍, ନନ୍ଦିତା ପାଟକର୍, ଆର‌୍ୟନ୍ ମେଂଘଜି, ଚିତରଂଜନ ଗିରି, ସୃହା ଯୋଶୀ ଏବଂ ଅଭିଜୀତଙ୍କୁ ଦେଖିବାକୁ ମିଳିବ । ରାଜ୍ ଗୁପ୍ତାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ପ୍ରଯୋଜନା କରିଛନ୍ତି ମାନ୍ୟତା ଦତ୍ତ ଓ ସଂଜୟ ଦତ୍ତ । ଅଗଷ୍ଟ ୨ ତାରିଖରେ ମହାରାଷ୍ଟ୍ରରେ ମୁକ୍ତିଲାଭ କରିବ ଏହି ଫିଲ୍ମ ‘ବାବା’ ।

ତେବେ ସଂଜୟ ଦତ୍ତଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଶେଷଥର ପାଇଁ ମଲ୍ଟିଷ୍ଟାରର ଫିଲ୍ମ ‘କଲଙ୍କ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ବ୍ୟତୀତ ମାଧୁରୀ. ବରୁଣ ଧୱନ, ସୋନାକ୍ଷୀ ସିହ୍ନା, ଆଲିୟା ଭଟ୍ଟ ଏବଂ ଆଦିତ୍ୟ ରୟ କପୂର ନଜର ଆସିଥିଲେ । ଏହି ଫିଲ୍ମ ଏତେ ମାତ୍ରାରେ ବକ୍ସ ଅଫିସରେ ନିଜର ଯାଦୁ କରି ପାରିନଥିଲା । ତେବେ ଖୁବ ଶୀଘ୍ର ସଂଜୟ ଦତ୍ତଙ୍କ ଅପକମିଂ ଫିଲ୍ମ ‘ପାନିପଥ‘ ରିଲିଜ ହେବାକୁ ଯାଉଛି । ଏହା ଚଳିତ ବର୍ଷ ଡିସେମ୍ବର ୬ରେ ରିଲିଜ ହେବ । ଏହାବ୍ୟତୀତ ସଂଜୟଙ୍କ ହାତରେ ଆସନ୍ତା ବର୍ଷ ପାଇଁ ରହିଛି ୩ଟି ଫିଲ୍ମ । ସଡକ୨, ସମସେରା ଏବଂ ଭୁଜରେ ନଜର ଆସିବେ ସଂଜୁ ବାବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More