Only for Entertainment

ବିଶ୍ୱ ଇମୋଜୀ ଦିବସ ୨୦୧୯ : ଲେଖିବା ଭାଷାକୁ ଶେଷ କରିଦେବ କି ଇମୋଜୀ ? ଜାଣନ୍ତୁ କାହିଁକି ଏତେ ଲୋକପ୍ରିୟ

swikblog
36

୧୭ ଜୁଲାଇରେ ପୂରା ଦୁନିଆରେ ବିଶ୍ୱ ଇମୋଜୀ ଦିବସ ପାଳନ କରାଯାଏ । ୧୭ ଜୁଲାଇ ଅଷ୍ଟ୍ରେଲିଆର ଜେରିମି ବର୍ଜ ଇମୋଜୀ ପିଡିଆର ଆରମ୍ଭ କରିଥିଲେ । ଏହା ପରେ ଏହି ଦିନଟିକୁ ବିଶ୍ୱ ଇମୋଜୀ ଦିବସ ଭାବେ ପାଳନ କରାଯାଉଛି । କେବଳ ଭାରତ ନୁହେଁ ପୂରା ବିଶ୍ୱରେ ଯୁବ ବର୍ଜ ଠାରୁ ଆରମ୍ଭ କରି କିଶୋର ଏବଂ ବୃଦ୍ଧା ସ୍ମାର୍ଟଫୋନରେ ନିଜ ଭାବନାକୁ ବ୍ୟକ୍ତ କରିବା ପାଇଁ ଇମୋଜୀର ବ୍ୟବହାର କରିଥାନ୍ତି ।

କ’ଣ ଏହି ଇମୋଜୀ ?
ସୋସିଆଲ ମିଡିଆରେ ଗତ କିଛି ବର୍ଷ ହେବ ଇମୋଜୀର ଲୋକପ୍ରିୟତା ବଢିବାରେ ଲାଗିଛି । ଏହା ଏକ ପିକ୍ଟୋଗ୍ରାଫ ଯାହା ଜାପାନୀ ଭାଷାର ଶଦ୍ଦ ‘ଇ’ ଅର୍ଥାତ ପିକ୍ଚର୍ସ ଏବଂ ‘ମୋଜୀ’ ଅର୍ଥାତ ପାତ୍ରରୁ ଆସିଛି । ଏହାନକୁ ବ୍ୟକ୍ତି ମେସେଜ ମାଧ୍ୟମରେ ନିଜ ଭାବନାକୁ ବ୍ୟକ୍ତ କରିବା ପାଇଁ ପ୍ରୟୋଗ କରିଥାନ୍ତି । ଇମୋଜୀର ବଢୁଥିବା ଲୋକପ୍ରିତାର ମୁଖ୍ୟ କାରଣ ହେଉଛି ବିନା ଶଦ୍ଦରେ ବ୍ୟକ୍ତି ନଜର ଭାବନାକୁ ଅନ୍ୟକୁ ପ୍ରକାଶ କରିପାରୁଛି । ଇମୋଜୀର ଲୋକପ୍ରିୟତାକୁ ଲକ୍ଷ କରି ପ୍ରତି ବର୍ଷ ଜୁଲାଇ ୧୭ରେ ବିଶ୍ୱ ଇମୋଜୀ ଦିବସ ପାଳନ କରାଯାଉଛି । ଏହି ଦିବସକୁ ସେଲିବ୍ରେଟ କରିବା ପାଇଁ ଲୋକେ ଏବେ ଅନେକ ପ୍ରସ୍ତୁତି ମଧ୍ୟ କରୁଛନ୍ତି ।

କେବେ ହୋଇମଥିଲା ଇମୋଜୀର ଆରମ୍ଭ ?
ପ୍ରଥମ ଇମୋଜୀ ୧୯୯୮ କିମ୍ବା ୯୯ରେ ଜାପାନର ଟେଲିକମ କମ୍ପାନୀ ଏନଟିଟି ଡୋକୋମୋର କର୍ମଚାରୀ ଶିଗେତାକା କୁରୀନ ବନାଇଥିଲେ । ସେ ଏହି କମ୍ପାନୀର ଆଇ-ମୋଡ ମୋବାଇଲ ଇଣ୍ଟରନେଟ ପ୍ଲାଟର୍ଫମ ଟିମର ସଦସ୍ୟ ଥିଲେ । ସେ ନା ତ ଡିଜାଇନର ଥିଲେ ନା କମ୍ପ୍ୟଟର ଇଂଜିନିଅର । ତାଙ୍କ ଦ୍ୱାରା ନର୍ମିତ ‘ହୃଦୟ’ ଇମୋଜୀ ଏବେ ଖୁବ ଲୋକପ୍ରିୟ ।

ବୈଷୟିକ ଭାବେ ଇମୋଜୀର ଆରମ୍ଭ ୨୦୧୪ରେ ହୋଇଥିଲା ଯେତେବେଳେ ଜେରେମି ବର୍ଜ ଇମୋଜୀପିଡିଆର ଆରମ୍ଭ କରିଥିଲେ । ୧୪ ଜୁଲାଇ ୧୯୮୪ରେ ଅଷ୍ଟ୍ରେଲିଆରେ ଜନ୍ମ ହୋଇଥିବା ଜେରେମି ବର୍ଜ ଇମୋଜୀ ଉପରେ ଆଧାରିତ ସର୍ଚ ଇଂଜିନ ଇମୋଜୀପିଡିଆ ଉପରେ କମ କରୁଛି । ଜେରେମି ବର୍ଜ ଜଣେ ଇମୋଜୀ ଇତିହାସକାର ଏବଂ ୟୁନିକୋର୍ଡ କମିଟିର ସଦସ୍ୟ । ଜେରେମିଙ୍କ କହିବା ଅନୁସାରେ ପ୍ରତୁ ବର୍ଷ ଶହେ କୋଟିରୁ ଅଧିକ ମାତ୍ରାରେ ନୂଆ ଇମାଜୀ ପାଇଁ ଆବେଦନ ପତ୍ର ଆସିଥାଏ ।

ଲେଖିବା ଭାଷାକୁ ଶେଷ କରିଦେବ କି ?
କୋଟି କୋଟି ଇଣ୍ଟରନେଟ ୟୁଜର ଏବେ ଲେଖିବା ବଦଳରେ ଇମୋଜୀର ବ୍ୟବହାର କରିଥାନ୍ତି । ସମୟ ବଂଚାଇବା ପାଇଁ ଲୋକେ ଏହାକୁ ବ୍ୟବହାର କରିଥାନ୍ତି । ଏପରି ସ୍ଥିତିରେ ପ୍ରଶ୍ନ ଉଠିଥାଏ ଯେ କ’ଣ ଏହା ଲେଖିବା ଭାଷାକୁ ଶେଷ କରିଦେବ ? ଭାଷାବିତଙ୍କ କହିବା ଅନୁସାରେ ଇମୋଜୀର ବ୍ୟବହାର ଫଳରେ ଲୋକେ ଲେଖିବା ଭାଷାକୁ କମ ବ୍ୟବହାର କରୁଛନ୍ତି । କିଛି ବିଶେଷଜ୍ଞ ଏହାକୁ ବିରୋଧ କରୁଥିବା ବେଳେ କେତେକ ଏହାକୁ ଭାଷାର ବିକାଶ ବୋଲି କହୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More