Only for Entertainment

କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଥଲାଇବି’କୁ ଜୁନିଅର ଏନଟିଆରଙ୍କ ନାଁ, ଜଣାଇଲେ କାରଣ !

koimoi
44

ସାଉଥ ଷ୍ଟାର ଏନଟିଆର ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ ‘ଥଲାଇବି’ର ଅଫରକୁ ମନା କରିଦେଇଛନ୍ତି । ନିର୍ମାତା ତାଙ୍କୁ ଏନଟି ରାମା ରାଓଙ୍କ ଭୂମିକା ତୁଲାଇବା ପାଇଁ ଅଫର କରିଥିଲେ , ଯିଏ କି ତାଙ୍କ ଜେଜେ ଅଟନ୍ତି । ଖବର ଶୁଣିବାକୁ ମିଳିଛି ଯେ ବଡପରଦାରେ ସେ କେବେ ତାଙ୍କ ଜେଜେଙ୍କ ଭୂମିକା ତୁଲାଇପାରିବେ ନାହିଁ ବୋଲି କହି ଏହି ଅଫରକୁ ସ୍ୱୀକାର କରି ନାହାନ୍ତି । କାରଣ ଜଣେ ଅନୁଭବୀ କଳାକାରଙ୍କ ଭୂମିକାକୁ ତୁଲାଇବା ଏତେ ସହଜ ନୁହେଁ । ତେବେ ଏହି ଭୂମିକା ପାଇଁ ମେକର୍ସ କାହାକୁ କାଷ୍ଟ କରିବେ ସେ ସମ୍ପର୍କରେ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଏଠାରେ ଆମେ କହି ରଖୁଛୁ ଯେ ଜୟଲଳିତା ରାଜନୀତିକୁ ଆସିବା ପୂର୍ବରୁ ଜଣେ ଭଲ ଅଭିନେତ୍ରୀ ଥିଲେ ଏବଂ ଏନଟି ରାମା ରାଓଙ୍କ ସହ ଅନେକ ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ । ଏହିକାରଣରୁ ବାୟୋପିକରେ ତାଙ୍କ ଭୂମିକା ମୁଖ୍ୟ ରହିଛି । ଫିଲ୍ମରେ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ କଙ୍ଗନା ।ଏହି ଫିଲ୍ମକୁ ଏଏଲ ବିଜୟ ନିର୍ଦ୍ଦେଶନା ଦେଉଥିବା ବେଳେ ଏହି ଫିଲ୍ମ ହିନ୍ଦ. ତେଲୁଗୁ ଏବଂ ତାମିଲ ଭାଷାରେ ରିଲିଜ ହେବ । ଏହାବ୍ୟତୀତ କଙ୍ଗନା ଫିଲ୍ମ ‘ପଙ୍ଗା’ରେ ମଧ୍ୟ ନଜର ଆସିବେ । ଫ୍ୟାନ୍ସମାନେ କଙ୍ଗନାଙ୍କ ଏହି ଫିଲ୍ମକୁ ଉତ୍ସାହର ସହ ଚାହିଁ ବସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More