Only for Entertainment

କେବଳ ଦେଶ ନୁହେଁ ପୂରା ଦୁନିଆରେ ଭକ୍ତମାନେ ପାଳନ କରନ୍ତି ସତ୍ୟ ସାଇ ବାବାଙ୍କ ଜନ୍ମଦିନ, ଜାଣନ୍ତୁ ତାଙ୍କୁ କାହିଁକି କୁହାଯାଏ ଶିରିଡି ସାଇଙ୍କ ଅବତାର

themalaysiantimes
96

ସତ୍ୟ ସାଇ ବାବାଙ୍କ ଜନ୍ମ ସତ୍ୟନାରାୟଣ ରାଜୁ ଭାବେ ୨୩ ନଭେମ୍ବର ୧୯୨୬ରେ ଭାରତର ପୁଟ୍ଟପଥିୀ ସହରରେ ଏକ ହିନ୍ଦୁ ପରିବାରରେ ହୋଇଥିଲା । ଆଜି ସତ୍ୟ ସାଇ ବାବାଙ୍କର ୯୪ ତମ ଜନ୍ମ ବର୍ଷିକ । ସତ୍ୟ ସାଇ ବାବା ସମୁଦାୟ ୫ ଭାଇ ଭଉଣୀ ଥିଲେ । ତିନି ଭାଇ ଏବଂ ଦୁଇ ଭଉଣୀ । ଲୋକଙ୍କ କହିବା ଅନୁସାରେ ସତ୍ୟ ସାଇ ବାବା ନିଜ ଜୀବନରେ ଅନେକ ଚମତ୍କାର କରିଛନ୍ତି । ଏପରିକି ତାଙ୍କ ଜନ୍ମ ନେବା ଦିନରେ ପବି ଚମତ୍କାର ହୋଇଥିଲା । ସତ୍ୟ ସାଇ ବାବା ଜନ୍ମ ନେବା ପରେ ତାଙ୍କ ଘରେ ବଦ୍ୟ ଯନ୍ତ୍ର ବାଜିଥିଲା ।

କୁହାଯାଏ ଯେ, ସତ୍ୟ ସାଇ ବାବା ଯେତେବେଳେ ୧୩ ବର୍ଷର ହୋଇଥିଲେ ସେତେବେଳେ ତାଙ୍କୁ ଏକ ବିଛା ଦଂଶନ କରିଥିଲା ଏହା ପରେ ସେ ଅନେକ ଘଣ୍ଟା ପର୍ଯ୍ୟନ୍ତ କୋମାକୁ ଚାଲିଯାଇଥିଲେ । ଯେତେବେଳେ ସେ ଉଠିଥିଲେ ତାଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖା ଦେଇଥିଲା । ସେ ପୂର୍ବରୁ ସଂସ୍କୃତ ନଜାଣି ମଧ୍ୟ ସଂସ୍କୃତରେ ଗୀତ ଗାଇବା ଆରମ୍ଭ କରିଦେଇଥିଲେ ଏବଂ ସହିତା ତାଙ୍କ ଶରୀର କଠୋର ହୋଇଯାଇଥିଲା । ସ୍ଥାନୀୟ ଡାକ୍ତର ତାଙ୍କୁ ଠିକ କରିପାରିଲେ ନାହିଁ । ଏହା ପରେ ସେ ଗୋଲାପ ଏବଂ ଚକୋଲେଟ ଉପହାରରେ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ପଚରାଯିବାରୁ ସେ କହିଥିଲେ ସେ ଶିରିଡି ସାଇ ବାବାଙ୍କ ଅବତାର । ଏହା ପରେ ସେ ନିଜ ନାମ ଆଗରେ ସାଇ ଲଗାଇଥିଲେ ।

ଚମତ୍କାର ପାଇଁ ପ୍ରସିଦ୍ଧ ଥିଲେ-

ସତ୍ୟ ସାଇ ବାବାଙ୍କ ଚମତ୍କାର ପାଇଁ ତାଙ୍କୁ ସୁପରହ୍ୟୁମାନ କୁହାଯାଉଥିଲା । କୁହାଯାଏ ସେ ରୋଗକୁ ଦୂର କରିଦେଉଥିଲେ । ସେ ଲୋକଙ୍କ ମଧ୍ୟରେ ସନାତନ ଧର୍ମକୁ ପ୍ରଚାର କରିବାରେ ଖୁବ ସଫଳ ହୋଇଥିଲେ । ସେ ଲୋକମାନଙ୍କ ପାଇଁ ମଗଣାରେ ହସ୍ପିଟାଲ, ଖାଇବା, ଅଡିଟୋରିୟମ, ଆଶ୍ରମ ଏବଂ ସ୍କୁଲ ଆଦି ନିର୍ମାଣ କରିଥିଲେ । ୧୯୪୪ରେ ସତ୍ୟ ସାଇ ବାବା ପୁଟ୍ଟପଥିୀ ଗାଁ ଏକ ମନ୍ଦିର ଏବଂ ୧୯୫୪ରେ ଏକ ହସ୍ପିଟାଲ ନିର୍ମାଣ କରିଥିଲେ । ଯେଉଁଠି ରୋଗୀମାନେ ମାଗଣାେରେ ସେବା ପାଇପାରିବେ ।

୧୯୬୩ରେ ସତ୍ୟସାଇ ବାବାଙ୍କୁ ୪ ଟି ଗମ୍ଭୀର ହାର୍ଟ ଆଟାକ ଆସିଥିଲା । ଠିକ ହେବା ପରେ ସତ୍ୟ ସାଇ ବାବା ଏକ ପ୍ରବଚନରେ କହିଥିଲେ ସେ ପଡୋସୀ ରାଜ୍ୟ କର୍ଣ୍ଣାଟକରେ ପ୍ରେମା ସାଇ ଭାବେ ପୂର୍ନଃ ଜନ୍ମ ନେବେ ।

୨୦୦୪ରେ ଖରାପ ସ୍ୱାସ୍ଥ୍ୟ ପାଇଁ ସେ ହ୍ୱିଲଚେୟାର ବ୍ୟବହାର କରିଥିଲେ । ମାର୍ଚ୍ଚ ୨୦୧୧ରେ ସତ୍ୟ ସାଇ ବାବାଙ୍କର ଶ୍ୱାସ ସମସ୍ୟା ପାଇଁ ତାଙ୍କୁ ପୁଟ୍ଟପଥିୀର ଶାନ୍ତିଗ୍ରହ ଶ୍ରୀ ସତ୍ୟ ସାଇ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ହେବାର ଏକ ମାସ ପରେ ଅର୍ଥାତ ୨୪ ଏପ୍ରିଲ ୨୦୧୧ ୮୫ ବର୍ଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ସତ୍ୟ ସାଇ ବାବାଙ୍କ ଜନ୍ମସ୍ଥାନ ପୁଟ୍ଟପଥିରେ ତାଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରାଯାଏ । କେବଳ ସେଠାରେ ନୁହେଁ ପୂରା ଦେଶ ଦୁନିଆରେ ଥିବା ତାଙ୍କ ଭକ୍ତ ମାନେ ଜନ୍ମଦିନକୁ ଖୁବ ଆଡମ୍ବରରେ ପାଳନ କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More