Only for Entertainment

ନିଜ ଗାଡ଼ି ଭୁଲି ଅନ୍ୟ ଗାଡ଼ିରେ ବସିବାକୁ ଯାଉଥିଲେ କାଜୋଲ, ହଠାତ ଫଟୋଗ୍ରାଫର କହିଲେ…….

aajtak
62

ବଲିଉଡ ଅଭିନେତ୍ରୀ କାଜୋଲ ଏବେ ତାଙ୍କ ଅପକମିଂ ଫିଲ୍ମ ‘ତାନାଜୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅଜୟ ଦେବଗନ ଓ ସୈଫ ଅଲି ଖାନ ଷ୍ଟାରର ଫିଲ୍ମ ୧୦ ଜାନୁୟାରୀକୁ ସିନେମାଘରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଉଭୟ କାଜୋଲ ଏବଂ ଅଜୟ ପତି ପତ୍ନୀ ଭୂମିକାରେ ନଜର ଆସିବେ । ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା ଏବଂ ଏହା ଆମେ ଆପଣଙ୍କ ସହିତ ଶେୟାର କରିଥିଲୁ । ଭଲ ବ୍ୟବହାର ପାଇଁ ସବୁବେଳେ ସମସ୍ତଙ୍କର ପ୍ରିୟ ହୋଇଥିବା କାଜୋଲ ଏହିଥର ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

 

View this post on Instagram

 

Im gonna walk towards someone else’s car 😋🤪 #kajoldevgan as she was snapped post dinner. #viralbhayani @viralbhayani

A post shared by Viral Bhayani (@viralbhayani) on

ବାସ୍ତବରେ ଏକ ପାର୍ଟି ସେଲିବ୍ରେସନ ପାଇଁ କାଜୋଲ ବାହାରକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ସେ ନିଜ ଗାଡ଼ି କେଉଁଠାରେ ଅଛି ଭୁଲି ଯାଇଥିଲେ ଏବଂ ଅନ୍ୟ ଏକ ଗାଡ଼ିକୁ ବସିବାକୁ ଯାଉଥିଲେ, କିନ୍ତୁ ଉପସ୍ଥିତ ଫଟୋଗ୍ରାଫର ତାଙ୍କ ତାଙ୍କ ଗାଡ଼ି ସେଠାରେ ନାହିଁ ବୋଲି ମନେ ପକାଇଦେଲେ । ଏହାପରେ କାଜୋଲ ସରି କହି ନିଜ ଗାଡ଼ି ନିକଟକୁ ଗଲେ ଓ ବାଏ କହି ଗାଡ଼ିରେ ବସିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More